ଯାଜପୁର / ବଡ଼ଚଣା, 06/09/2026, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ) - ତା - ୬/୦୯/୨୦୨୬ : ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଚଣ୍ଡିଖୋଲ ନିକଟସ୍ତ ଗାନ୍ଧୀ ଛକ ସ୍ଥିତ ବୀଣା ପାଣି କଳା ପୀଠ ଠାରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୀଣା ପାଣି କଳା ପୀଠ ର ଅଧ୍ୟକ୍ଷ ବିପିନ ବିହାରୀ ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ।

ଯାଜପୁର ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର, ଶିକ୍ଷା ହେଉଛି ବ୍ୟକ୍ତି ସମାଜ ଓ ରାଷ୍ଟ୍ର ପ୍ରଗତିର ମୂଳ ଆଧାର। ଜ୍ଞାନର ଆଲୋକ ରେ ଏକ ସୁସ୍ଥ, ସମୃଦ୍ଧ ଓ ସଶକ୍ତ ସମାଜ ଗଠନରେ ଶିକ୍ଷକ ମାନଙ୍କର ଭୂମିକା ଗୁରୁତ୍ବ ପୂର୍ଣ୍ଣ। ଜଣେ ଶିକ୍ଷକ କେବଳ ଜ୍ଞାନ ପ୍ରଦାନ କରନ୍ତି ନାହଁ ସେ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ କରି ସେମାନଙ୍କୁ ଦାୟିତ୍ଵବାନ, ମାନବିକ ଓ ଦେଶପ୍ରେମୀ ନାଗରିକ ଭାବେ ଗଢ଼ି ତୋଳନ୍ତି। ବୋଲି କହିବା ସହିତ ଏହି ପବିତ୍ର ଗୁରୁ ଦିବସ ରେ ସମସ୍ତ ଗୁରୁମାନକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ।ମୁଖ୍ୟ ଅତିଥି ଭାବେ ସମାଜ ସେବୀ ମିନତୀ ସାହୁ ଜୀବନରେ ଭଲ ମଣିଷ ହେବାକୁ ହେଲେ ଗୁରୁ ଏକ ମାଧ୍ୟମ। ପିଲାମାନେ ପିତା ମାତା, ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ସହିତ ଜୀବନରେ ବଡ ମଣିଷ ନ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼ଃ ପ୍ରିୟନାଥ ମହାପାତ୍ର,ବାଲିଚନ୍ଦ୍ରପୁର ସ୍ଥିତ ସାହାସ ପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସତ୍ୟବ୍ରତ ପୃଷ୍ଟି , ବିଜୁ ପଟ୍ଟନାୟକ ଡ଼ିଗ୍ରୀ କଲେଜ୍ ର ଅଧ୍ୟକ୍ଷା ଡ଼ଃ ଜୟଶ୍ରୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଗୁରୁ ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ କଳ୍ପନା ନାୟକ, ବିଶିଷ୍ଟ ଗାୟିକା ବବି ଅନୁଷୟା ସମାଜସେବୀ ଚିନ୍ମୟୀ ଦାସ, ବର୍ଷା ପ୍ରିୟଦର୍ଶିନୀ ଜେନା, ରମେଶ ଚନ୍ଦ୍ର ରାଉତ, ପ୍ରଧାନ ଆଚାର୍ଯ୍ୟା ଜ୍ୟୋତ୍ସ୍ନା ମୟୀ ସାହୁ, ସୁଚିତ୍ରା ଜେନା, ତୃପ୍ତିମାୟୀ ସାମଲ, ଯାଜପୁର ପାଲା ଗାୟକ ସଂଘ ସଭାପତି ରବୀନ୍ଦ୍ର ନାରାୟଣ କର, ପାଲା ଗାୟକ ବଟକୃଷ୍ଣ ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ସ୍ବାଇଁ, ଅଜିତ୍ କୁମାର ଶରଣ ଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ବିଣାପାଣି କଳା ପୀଠ ପ୍ରଯୋଜନା, ବିପିନ ବିହାରୀ ସ୍ବାଇଁ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଯାଜପୁର ପୋଲିସ୍ ଉପ ଅଧିକ୍ଷକ ଶରତ ଚନ୍ଦ୍ର ପାତ୍ର ଙ୍କ ଲିଖିତ କ୍ୟାସେଟ୍" ରଜନୀଗନ୍ଧା " କୁ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଉନ୍ମୋଚନ କରିଥଲେ। ଶେଷରେ ବୀଣା ପାଣି କଳା ପୀଠ ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁବନ୍ଦନା ନୃତ୍ୟ ପରିବେଷଣ କରାଯାଇଥିଲା।