ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉଦୀୟମାନ କଳା ପରିଷଦରେ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜୟନ୍ତୀ ପାଳିତ

ଯାଜପୁର / ବଡ଼ଚଣା, 06/09/2026, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ )
Article Image
ତା - ୬/୦୯/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ଉଦୀୟମାନ କଳା ପରିଷଦ ଠାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କ ଜୟନ୍ତୀ ପାଳନ ଓ ଗୁରୁ ଦିବସ ମହା ଆଡ଼ମ୍ବର ସହକାରେ ପାଳିତ ହେଇଯାଇଛି।ପ୍ରଥମେ ଅତିଥି ମାନେ ସର୍ବପଲ୍ଲୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳିତ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନେ ଅତିଥି ତଥା ନୃତ୍ୟ, ସଂଗୀତ ଗୁରୁ ଙ୍କ ପାଦ ପଖାଳି ସାରିବା ପରେ ଫୁଲ,ଚନ୍ଦନ,ନୂଆ ବସ୍ତ୍ର ଦେଇ ଆଶୀର୍ବାଦ କାମନା କରିଥିଲେ।ଅନୁଷ୍ଠାନର ସଂପାଦିକା ଅରୁଣୀ ନନ୍ଦ ଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ହେଇଥିଲା ଏଥିରେ ଅତିଥି ଭାବରେ ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ରାମଚନ୍ଦ୍ର ଶୁକ୍ଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ, କାହ୍ନୁଚରଣ ସାହୁ, ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ନାୟକ, ସଂଗୀତ ଗୁରୁ ମାନସ ଦାଶ, ନୣତ୍ୟ ଗୁରୁ ଶୁଭ୍ରକାନ୍ତ ପ୍ରଧାନ, ସିଲେଇ ପ୍ରଶିକ୍ଷିକା ନିର୍ମଳା ଓଝା ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ବହୁ ଶିକ୍ଷଣୀୟ କଥା ଉପଦେଶ ପୂର୍ବକ ଆଶୀର୍ବାଦ ପ୍ରଦାନ କରିଥିଲେ।ପରେ ପରେ ଛାତ୍ରଛାତ୍ରୀ ମାନେ ଗୁରୁ ତଥା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରି ଉପହାର ପ୍ରଦାନ କରିଥିଲେ ଓ ଅତିଥି ମାନେ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରିଥିଲେ. ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଅନିଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
18