ଢେଙ୍କାନାଳ, 06/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ତା - ୫/୯ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ଧୁମଧାମରେ ପାଳିତ ହୋଇଛି ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ।
ଗତକାଲି ମଧ୍ୟରାତ୍ରରେ ଆଖପାଖ ଅଞ୍ଚଳର ଶତାଧିକ ଭକ୍ତଙ୍କ ସମାଗମରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା। ଏହାପରେ ଆଜି ଅପରାହ୍ନରେ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା ନନ୍ଦୋତ୍ସବ।
ନନ୍ଦରାଜା ଭାବେ ପ୍ରକାଶ ଦାସ ଓ ନନ୍ଦରାଣୀ ବେଶରେ ସୁଶାନ୍ତ ସାହୁଙ୍କ ସମେତ କୃଷ୍ଣ, ବଳରାମ, ସୁଦାମା, ଦାମ, ସୁବଳ ଓ ଚନ୍ଦ୍ରସେଣା ବେଶରେ ଯୁବକମାନେ ସଜ୍ଜିତ ହୋଇ ସାହି ପରିକ୍ରମା କରିଥିଲେ।
ଏହି ଶୋଭାଯାତ୍ରାରେ ସଂକୀର୍ତ୍ତନ ମଣ୍ଡଳୀର ମନମୁଗ୍ଧକର ସଂକୀର୍ତ୍ତନ ପରିବେଶକୁ ଭକ୍ତିମୟ କରିଥିଲା।
ସଭାପତି ଚନ୍ଦନ ମହାନ୍ତି ଓ ସମ୍ପାଦକ ପୁରସ୍ତମ ଦାସଙ୍କ ସମେତ କମିଟି ସଦସ୍ୟମାନେ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ଗ୍ରାମବାସୀଙ୍କ ମଙ୍ଗଳ ଓ ସମୃଦ୍ଧି କାମନା କରି ଆୟୋଜିତ ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗ୍ରାମରେ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ।