ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଜିଚୌକ ସୀତାରାମ ଆଶ୍ରମରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ

ଢେଙ୍କାନାଳ, 06/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ତା - ୫/୯ : ଢେଙ୍କାନାଳ ସହର ବାଜିଚୌକସ୍ଥିତ ସୀତାରାମ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଛି ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ।
Article Image
ଜନ୍ମାଷ୍ଟମୀ ଅବସରରେ ଆଶ୍ରମ ପ୍ରାଙ୍ଗଣରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହରିବଂଶ ପାଠ ସହ ବିଭିନ୍ନ ପୂଜାବିଧି ଅନୁଷ୍ଠିତ ହୋଇଥିବା ବେଳେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ଏହାପରେ ଆଜି ଅପରାହ୍ନରେ କମିଟି ପକ୍ଷରୁ ଆୟୋଜିତ ହୋଇଥିଲା ନନ୍ଦୋତ୍ସବ। ନନ୍ଦରାଜା ବେଶରେ ଆଶିଷ ପରିଡ଼ା, ରାଣୀ ବେଶରେ ଅପର୍ତ୍ତି ବେହେରା, ବଳରାମ ବେଶରେ ଆରବ କୁମାର ରାଉତ, କୃଷ୍ଣ ବେଶରେ ରାମ, ବାଳକୃଷ୍ଣ ବେଶରେ ଚିରାଗ ଏବଂ ସଖା ବେଶରେ ସୋହେଲ୍ ସଜ୍ଜିତ ହୋଇଥିଲେ। ସଂକୀର୍ତ୍ତନର ତାଳେ ତାଳେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭକ୍ତି ଓ ଆନନ୍ଦରେ ମୁଖରିତ ହୋଇଥିଲା ସମଗ୍ର ପରିବେଶ। ଏହି ଆୟୋଜନରେ ସଭାପତି ମନି ସାହୁ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ରାଉତଙ୍କ ସମେତ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ମନ୍ଦିରର ପୂଜକ ଅକ୍ଷୟ କୁମାର ସାହୁ ସମସ୍ତ ପୂଜାବିଧି ସମ୍ପାଦନ କରିଥିଲେ।
20