ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମାଜସେବା ପାଇଁ ବିବେକାନନ୍ଦ ୟୁଥ କ୍ଲବ ସମ୍ବର୍ଦ୍ଧିତ ରକ୍ତଦାନ, ବୃକ୍ଷରୋପଣ ଓ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ମିଳିଲା ସମ୍ମାନ

ପାରାଦ୍ୱୀପ , 06/09/2026, ଉତ୍କଳ voice news - utkalvoicenews.com (ପାରାଦ୍ୱୀପ/କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) : ତା- ୩୧.୦୮.୨୦୨୬ : ପାରାଦ୍ୱୀପ ଜୟଦେବ ଭବନ ପରିସରରେ ସ୍ୱାୟତ ଶାସନ ଦିବସ–୨୦୨୬ ପାଳନ ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିବେକାନନ୍ଦ ୟୁଥ କ୍ଲବକୁ ସମ୍ବର୍ଦ୍ଧିତ କରାଯାଇଛି। ରକ୍ତଦାନ ଶିବିର ଆୟୋଜନ, ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ପରିବେଶ ସୃଷ୍ଟି ସହ ଅସହାୟ ଲୋକଙ୍କ ସହାୟତା ଭଳି ବିଭିନ୍ନ ଜନହିତକର କାର୍ଯ୍ୟ ପାଇଁ କ୍ଲବକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପି. ଏଲ୍. ହାରନାଧ, ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କ୍ଲବର ସମାଜସେବାମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ସେମାନେ ଯୁବପିଢ଼ିଙ୍କୁ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ।
Article Image
ସମ୍ବର୍ଦ୍ଧନା ସ୍ୱରୂପ କ୍ଲବକୁ ସ୍ମାରକ ଫଳକ ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ବିବେକାନନ୍ଦ ୟୁଥ କ୍ଲବ ପକ୍ଷରୁ ଅଜୟ ମିସ୍ତ୍ରୀ, ସାନୁ ଦାସ ଓ ମଣି ବାବୁ ମଣ୍ଡଳ ସମ୍ମାନ ଗ୍ରହଣ କରିଥିଲେ। ସେମାନେ ଏହି ସମ୍ମାନକୁ ସମାଜସେବା ପ୍ରତି ଅଧିକ ଦାୟିତ୍ୱ ଓ ପ୍ରେରଣା ବୋଲି ମତ ପ୍ରକାଶ କରିବା ସହ ଭବିଷ୍ୟତରେ ରକ୍ତଦାନ, ପରିବେଶ ସୁରକ୍ଷା ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ।
22