ଏରସମା, 06/09/2026, ଉତ୍କଳ voice news - utkalvoicenews.com(ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ତା୫/୯/୨୦୨୬ଏରସମା ବ୍ଲକ ପଲ୍ଲୀକଣ୍ଟା ପଂଚାୟତର ବୈକୁଣ୍ଠ ନାରାୟଣ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଜଗତସିଂହପୁର ଜିଲ୍ଲାର ଉତ୍କଳ ଗୌରବ ମଧୁସୂଦନ ଦାସ ବିଚାର ମଞ୍ଚର ସଭାପତି ଅଧ୍ୟାପକ ବ୍ରଜ କିଶୋର ମହାପାତ୍ରଙ୍କ ତତ୍ୱ। ଅବଧାନରେ "ଉତ୍କଳଗୌରବ ମଧୁସୂଦନ ଦାସ ବିଚାର ମଞ୍ଚ"ର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅ ଛି। ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶାର ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଉତ୍କଳ ସମ୍ମିଳନୀ ସଭାପତି ଡା. ଅଦୈତ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍କଳ ଗୌରବଙ୍କ କୃତି,କ୍ରୀତି,ଦେଶଭକ୍ତି ଓ ତ୍ୟାଗପୂତ ଜୀବନ ଉପରେ ଆଲୋକ ପାତ କରିଥିଲେ। ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଡ଼. ଭାଗ୍ୟଧର ରାଉତ, ସମ୍ମାନିତ ଅଥିତି ଶ୍ରୀଯୁକ୍ତ ମୁରଲୀଧର ପାତ୍ର, "ସୁଶ୍ରୀ ସଶୁଭଶ୍ରୀ "ରସମ୍ପାଦିକା ଡ଼. ବସନ୍ତ ମଞ୍ଜରୀ ଦାସ, ବିଶିଷ୍ଟ ସାହିତ୍ୟିକ, ସମାଜ ସେବି ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ, ସାହିତ୍ୟିକ ଶ୍ରୀଯୁକ୍ତ ଅରୂପାନନ୍ଦ ସ୍ୱାଇଁ, ସାହିତ୍ୟିକ ହୃଷିକେଶ ଜେନା, ଉପସଭାପତି ଆଶିଷ କୁମାର ବେହେରା ଓ ସରୋଜ କୁମାର ବେହେରା,ସମ୍ପାଦକ ଅର୍ଜୁନକୁମାର ମହାପାତ୍ର, ସହ ସମ୍ପାଦକ ବୈଦ୍ୟନାଥ ସାହୁ, ସଂଗଠନ ସମ୍ପାଦକ ଯଯାତି କେଶରୀ ସାମନ୍ତରାୟ, କୋଷାଧକ୍ଷ ନିକୁଞ୍ଜ କୁମାର ରାଉତ ଯୋଗଦେଇଥିଲେ। ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟାପକ ଡ଼. ଦିଲ୍ଲୀପ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ଏଥିରେ ବୁଦ୍ଧିଜୀବି, ମୁରବି,ଉତ୍କଳ ଗୌରବ ଙ୍କୁ ଭଲ ପାଉଥିବା ଯୁବକ ବନ୍ଧୁ ମାନେ ଯୋଗ ଦେଇଥିଲେ।