ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୮୫ତମ ଏରସମା ଥାନାପୋଡି ଦିବସ ପାଳନ।

ଏରସମା, 06/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ସେପ୍ଟେମ୍ବର ୬—୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ଉଦବୁଦ୍ଧ ହୋଇ ଏରସମା ଶାନ୍ତି ସେନା ବାହିନୀ ଦୁର୍ଦ୍ଦଶ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମର ଲେଲିହାନ ଅଗ୍ନିଶିଖାରେ ଝାସ ଦେଇ ଇଂରେଜ ସୈନ୍ୟମାନଙ୍କ ଗୁଳି ବନ୍ଧୁକକୁ ଖାତିର ନକରି ସେପ୍ଟେମ୍ବର ୬ ତାରିଖ ସ୍ପଷ୍ଟ ଦିବାଲୋକରେ ବ୍ରିଟିଶ ପରିଚାଳିତ ଏରସମା ଥାନାକୁ ପୋଡି ପାଉଁଶ କରିଦେଇଥିଲେ। ସଂଗ୍ରାମୀ ମାଟି ଏରସମାର ସେହି କ୍ରାନ୍ତିଦର୍ଶୀ ସଂଗ୍ରାମୀ ଯୋଦ୍ଧାଙ୍କ ବୀରତ୍ୱ ପୂର୍ଣ୍ଣ ଇତିହାସକୁ ଅବିସ୍ମରଣୀୟ କରିବା ପାଇଁ ଫ୍ରେଣ୍ଡ୍ସ କ୍ଲବ ଏରସମା ଓ ବରିଷ୍ଠ ନାଗରିକ ମଞ୍ଚ ଏରସମାର ମିଳିତ ଆନୁକୂଲ୍ୟରେ “୮୫ତମ ଏରସମା ବିପ୍ଳବ ଦିବସ ସମାରୋହ ” ଡ଼ଃ. ସଞ୍ଜୟ ବିଶ୍ୱାଳଙ୍କ ସଭାପତିତ୍ୱରେ ଆଜି ଫେଣ୍ଡ୍ସ କ୍ଲବ ପରିସର ମଧ୍ୟରେ ପାଳିତ ହୋଇ ଯାଇଛି । କମ୍ରେଡ ଶଶୀଭୁଷଣ ସ୍ୱାଇଁ ସଭାକୁ ଅନୁଷ୍ଠାନିକ ଭାବେ ସଭାକୁ ଉଦଘାଟନ କରିଥିଲେ ଓ ଉକ୍ତ ସଭାରେ ଏରସମା-ବାଲିକୁଦାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ମୁଖ୍ୟ ଅତିଥି ଭାବେ ଏରସମା ବିପ୍ଳବ ଦିବସର ମହନୀୟତା ବିଷୟରେ ଆଲୋକ ପାତ କରିବା ସହିତ ଆଗାମୀ ଦିନରେ ଏରସମା ଦିବସ ଭାବରେ ପାଳନ କରିବାକୁ ପ୍ରତିଶୃତି ଦେଲେ। ମୁଖ୍ୟବକ୍ତା ଡ଼ଃ ସିଦ୍ଧାର୍ଥ କୁମାର ସାହୁ ଏରସମା ବୈପ୍ଲବାତ୍ମକ ଇତିହାସ ସ୍ୱାଧୀନତା ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହର ରୂପରେଖ ବଦଳାଇ ଦେଇଥିଲା। ବରେଣ୍ୟ ଅତିଥି ବସନ୍ତ କୁମାର ସେଠୀ ଏରସମା ଥାନା ପୋଡିର ନାୟକ ଗୌରୀଶ୍ୟାମ ନାୟକଙ୍କ ନେତୃତ୍ୱରର ପରାକାଷ୍ଠାକୁ ଆଜିର ଦିନରେ ଅବିଶ୍ୱସନୀୟ ମନେ ହେଲେବି ବ୍ରିଟିଶ ସାମ୍ରାଜ୍ୟର ନିଦା ହଜେଇ ଦେଇଥିଲା।ସମ୍ମାନିତ ଅତିଥି ଭାବେ ଜଗନ ମୋହନ ସାହୁ ୧୮୧୭ ପାଇକ ବିଦ୍ରୋହ କୁଜଙ୍ଗରୁ ଆରମ୍ଭ ହୋଇ ୧୯୪୨ ଥାନାପୋଡି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଦାୟାଦ ଧୀରେନ୍ଦ୍ର ଚୌଧୁରୀ, ସେବାନିବୃତ୍ତ ଯନ୍ତ୍ରୀ ଦୁର୍ଯୋଧନ ସେଠୀ, କୈଳାସ ପ୍ରଧାନ, ଡ଼ଃ ତନ୍ମୟ ସେଠୀ, ଚନ୍ଦ୍ରଜିତ ଦାସ, ଦୀପ୍ତି ଖଣ୍ଡୁଆଳ, ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ, ରମେଶ ଦାସ, କେଦାର ଖଟୁଆ, ନରେନ୍ଦ୍ର ସ୍ୱାଇଁ, ଅରୂପାନନ୍ଦ ସ୍ୱାଇଁ, ରବିବାର ଦାସ ଏରସମା ଥାନା ପୋଡିର ଅବିସ୍ମରଣୀୟ ଇତିହାସ ଉନ୍ମୋଚନ କରିବା ସହିତ ଦୁଇ ଜଣ ଶତାୟୁ ପୁରୁଷ ରାଧୁ ଦାସ ଓ ମହେଶ୍ୱର ମଲ୍ଲିକଙ୍କୁ ବିଧାୟକ ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ। କ୍ଲବର ଉପସଭାପତି ସରୋଜ ବେହେରା ସ୍ୱାଗତ ଭାଷଣ ଦେଇଥିଲା ବେଳେ ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସେଠୀ ଅତିଥି ପରିଚୟ କରିଥିଲେ। ଫ୍ରେଣ୍ଡ୍ସ କ୍ଲବର ସମସ୍ତ ସଦସ୍ୟ, ନାଟ୍ୟ ପରିଚାଳକ, ଏରସମା ଉଚ୍ଚ ବାଳିକା ବିଦ୍ୟାଳୟର ସମସ୍ତ ଛାତ୍ରୀ, ବିଭିନ୍ନ ମହିଳା ଅନୁଷ୍ଠାନର କର୍ମକର୍ତ୍ତା, ଏରସମା ବ୍ଲକର ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଏରସମା ବିପ୍ଳବ ଦିବସକୁ ସଫଳ କରାଇବା ସହିତ ଉତ୍ସାହିତ ହୋଇଥିଲେ। ଶେଷରେ ବୈଷ୍ଣବ ଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
23