ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୦୦ ଜଣ ବିଡ଼ିଓ ଓ ତହସିଲଦାର ଙ୍କ ପାରାଦୀପ ଗଡ ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା ଓ ପୁରସ୍କାର ପ୍ରଦାନ ପାଇଁ କେନ୍ଦ୍ର ସରକାର ଙ୍କୁ ସୁପାରିଶ l

ପାରାଦୀପ ଗଡ, 05/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରାଜ୍ୟର ଏକ ବୃହତ ଗ୍ରାମ ପଞ୍ଚାୟତ l କଳ କାରଖାନା ଘେରା ମଧ୍ୟରେ ଏହି ଗ୍ରାମ ପଞ୍ଚାୟତ ଅବସ୍ଥିତ
Article Image
ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଅନୁଦାନ ବ୍ୟତୀତ କଳ କାରଖାନା ଗୁଡ଼ିକର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରେ ଉକ୍ତ ପଞ୍ଚାୟତରେ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇ ଏକ ବିକଶିତ ଗ୍ରାମ ପଞ୍ଚାୟତ ରେ ପରିଗଣିତ ହୋଇପାରିଛିl ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ କ୍ରୀଡା, ସାଂସ୍କୃତିକ ମହୋତ୍ସବ କ୍ଷେତ୍ର ରେ ଉକ୍ତ ପଞ୍ଚାୟତ ଏକ ପୂର୍ଣ୍ଣ ବିକଶିତ ପଞ୍ଚାୟତ ରେ ପରିଗଣିତ ହୋଇପାରିଛି l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଦକ୍ଷ ନେତୃତ୍ୱ ଓ ନିରନ୍ତର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ପରିଦର୍ଶନ ରେ ଆସିଥିବା ଶତାଧିକ ମଣ୍ଡଳ ଉନ୍ନୟନ ଅଧିକାରୀ ମାନେ ପ୍ରକାଶ କରିବା ସରପଞ୍ଚ ଶ୍ରୀମତୀ ବେହେରା ଙ୍କୁ ପ୍ରଶଂସା କରିଥିଲେ l ତୁରନ୍ତ ଉକ୍ତ ପଞ୍ଚାୟତ କୁ କେନ୍ଦ୍ର ସରକାର ପୁରସ୍କୃତ କରିବାକୁ ସୁପାରିଶ୍ କରିବେ ବୋଲି ସେମାନେ ପ୍ରକାଶ କରିଥିଲେ l ପାରାଦୀପ ଗଡ ପଞ୍ଚାୟତ କୁଜଙ୍ଗ ବ୍ଲକ୍ ର ଏକ ଶିଳ୍ପ ସମୃଦ୍ଧ ଓ ବିକଶିତ ଗ୍ରାମ ପଞ୍ଚାୟତ ବୋଲି କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ବାଇଁ ପ୍ରକାଶ କରିଥିଲେ l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସଭାପତିତ୍ବ କରିଥିବାବେଳେ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ଜେନା ପଞ୍ଚାୟତ ର ବିବରଣୀ ପାଠ କରିଥିଲେ l ସିପ୍ରା ରାଣୀ ପାଣି, ବିଷ୍ଣୁ ଚରଣ ସାହୁ, ଚନ୍ଦ୍ର ଶେଖର ଚୌଧୁରୀ, ପ୍ରଭାତ ସାହୁ, ଅଲେଖ ମହlରଥା , ବିଚିତ୍ର ପ୍ରଧାନ, ସେକ ଜଲାଲ୍, ଅଭୟ ସ୍ବାଇଁ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ l
Article Image
Article Image
1