ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ଗୌଡ଼ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ; ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମଗିରି, 07/09/2026, ଉତ୍କଳ voice news - utkalvoicenews.comତା - ୦୬/୦୯/୨୦୨୬ ରାଜ୍ୟ ସରକାରଙ୍କ ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର–୨୦୨୪–୨୫ ପାଇଁ ବ୍ରହ୍ମଗିରି ବ୍ଲକର ଗୌଡ଼ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସ୍ତରରେ ମନୋନୀତ ହୋଇଛି। ଏହା ପୂର୍ବରୁ ୨୦୨୩–୨୪ ଶିକ୍ଷାବର୍ଷରେ ବିଦ୍ୟାଳୟଟି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିଲା।
Article Image
ଚଳିତ ବର୍ଷ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ବିଦ୍ୟାଳୟ ମନୋନୀତ ହେବା ପରେ ଗୌଡ଼ସାହି ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଥିଲା। ଏହି ଅବସରରେ ଗ୍ରାମବାସୀମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ସଭାରେ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଓ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଦୈତାରୀ ପଲାଇ ପରିଚାଳନା କରିଥିବାବେଳେ ତ୍ରିନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଗଦାଧର ଦାସ, ବିଭୂତି କୁମାର ଦାସ, ନୃସିଂହନାଥ ଦେ ଓ କ୍ଷେତ୍ରବାସୀ ଦେ ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନରେ ସହଯୋଗ କରିଥିଲେ।
22