ପୁରୀ, 07/09/2026, ଉତ୍କଳ voice news - utkalvoicenews.comତା - ୦୬/୦୯/୨୦୨୬ :
ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ସମ୍ମାନ ଉତ୍ସବ ଘୋଡ଼ାବଜାର ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ମହାବୀର ରୁଦ୍ରନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଅରବିନ୍ଦ ଶତପଥୀ ସ୍ୱାଗତ ଭାଷଣ ଓ ଅଭିମୁଖ୍ୟ କଥନ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ କରାଇଥିଲେ।
ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଏସସିବି ମେଡିକାଲ କଲେଜର ଶଲ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡା. ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ମଞ୍ଚାସୀନ ହୋଇ ଗୁରୁଙ୍କ ମହତ୍ତ୍ୱ ଓ ସମାଜ ଗଠନରେ ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ବିଶିଷ୍ଟ ଶିକ୍ଷକ ଓ ଗୁରୁଜନଙ୍କୁ ସମ୍ମାନିତ କରାଯାଇଥିଲା।