ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରିବେଶ ସଚେତନତା ଶୋଭାଯାତ୍ରା ଓ ବ୍ୟାପକ ପ୍ଲାଷ୍ଟିକ ବର୍ଜ୍ୟ ସଫେଇ ଅଭିଯାନ 

ରାୟଗଡ, 07/09/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
7 ସେପ୍ଟେମ୍ବର: ‘ଆନ୍ତର୍ଜାତୀୟ ନିର୍ମଳ ବାୟୁ ଦିବସ’ ଅବସରରେ ରାୟଗଡ ସହରରେ ଏକ ବିଶାଳ ପରିବେଶ ସଚେତନତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ମା ମାଝି ଘାରିଆଣୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I ଏହା ସହିତ ବ୍ୟାପକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ ଅଭିଯାନ ମା ମାଝି ଘାରିଆଣୀ ମଦିର ପରିସରରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
Article Image
ଉକ୍ତ ଶୋଭାଯାତ୍ରା  ଓ ସଫେଇ ଅଭିଯାନଟି ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ ଓ ରାୟଗଡ ପୌରପାଳିକାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଶ୍ରୀ ନିହାର ରଞ୍ଜନ କହଁର , ଅତିରିକ୍ତ ଜିଲ୍ଲାପାଳ, ରାୟଗଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭଆରମ୍ଭ କରିଥିଲେ I ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବାୟୁ ପ୍ରଦୂଷଣକୁ କ୍ରମାଗତ ଭାବେ ହ୍ରାସ କରିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ଲାଷ୍ଟିକ ପୋଡ଼ିବା ଦ୍ୱାରା ବାୟୁମଣ୍ଡଳ ବିଷାକ୍ତ ହେଉଥିବାରୁ ଏଥିରୁ ନିବୃତ୍ତ ରହିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ଦେବରାଜ ଟାକ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ କୁଳଦୀପ କୁମାର, ନିର୍ବାହୀ ଅଧିକାରୀ, ପୌରପରିଷଦ, ରାୟଗଡ, ଶ୍ରୀ ସୁଜିତ କୁମାର ମିଶ୍ର, ଗୋଷ୍ଠୀ ଉନୟନ ଅଧିକାରୀ, ରାୟଗଡ, ଶ୍ରୀ ଅଶୋକ କୁମାର ଭୋଇ, ଆଞ୍ଚଳିକ ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରମୁଖ ଯୋଗ ଦେଇ ଅଂଶଗ୍ରହଣକାରୀମାନଙ୍କୁ ଉଚ୍ଛାହୀତ କରିଥିଲେ I
Article Image
ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଏବଂ ସ୍ୱଚ୍ଛ ବାୟୁର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅଭିଯାନରେ ରାୟଗଡ ସ୍ଵୟଂ ଶାସିତ ମହିଳା ମହାବିଦ୍ୟାଳୟ, ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ, ରାୟଗଡ କ୍ଯାମ୍ପସ, ମାଝି ଘାରିଆଣୀ ଇନ୍ସଟିଟିଉଟ ଓଫ ଟେକନୋଲଜି ଆଣ୍ଡ ସାଇଏନସ, ରାୟଗଡର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ, ପୌରପାଳିକା କର୍ମଚାରୀ ଏବଂ ସାଧାରଣ ଜନତା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସକାଳେ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଅଂଶଗ୍ରହଣକାରୀମାନେ ହାତରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। ବାୟୁ ପ୍ରଦୂଷଣ ରୋକିବା, ବୃକ୍ଷରୋପଣ କରିବା ଏବଂ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ଏହି ଶୋଭାଯାତ୍ରା ମାଧ୍ୟମରେ ଆହ୍ୱାନ ଦିଆଯାଇଥିଲା। ଶୋଭାଯାତ୍ରା ପରେ ଏକ ବ୍ୟାପକ ପ୍ଲାଷ୍ଟିକ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା। ଏବଂ ମା ମାଝିଘରିଆଣୀ ମନ୍ଦିର ପରିସରରୁ ବିପୁଳ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା।
Article Image
ଏହି ସଂଗୃହିତ ବର୍ଜ୍ୟବସ୍ତୁକୁ ପରବର୍ତ୍ତୀ ସମୟରେ ସୁରକ୍ଷିତ ଭାବେ ନଷ୍ଟ ଏବଂ ରିସାଇକ୍ଲିଂ ପାଇଁ ପୌରପାଳିକା ଗାଡ଼ିକୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ସକାରାତ୍ମକ ପ୍ରଭାବ ପକାଇବା ସହ ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କୁ ପ୍ରେରିତ କରିଛି। ପରିଶେଷରେ ଶ୍ରୀ ରିପୁ କୁମାର ସାହୁ, ଉପ ପରିବେଶ ଯନ୍ତ୍ରି, ସମସ୍ତଙ୍କୁ ପରିବେଶ ସଚେତନତା ସପଥ ପାଠ କରାଇଥିଲେ ଓ ସର୍ବଶେଷରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
20