ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଝଙ୍କଡ଼ ସାହିତ୍ୟ ସଂସଦ ଓ ସୁଶ୍ରୀ ଶୁଭଶ୍ରୀ ମିଳିତ ଆନୁକୂଲ୍ୟରେ କବିତା ଆସର

ତିର୍ତ୍ତୋଲ, 07/09/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଶାଗବାରିଆ ରାଷ୍ଟ୍ରୀୟ ସ୍ୱୟଂ ସେବକ ଗୃହରେ ରାଷ୍ଟ୍ରଗୁରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସାରସ୍ବତୀଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ଝଙ୍କଡ଼ ସାହିତ୍ୟ ସଂସଦ ଓ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରଧର୍ମୀ ଏକ କବିତା ଆସର ଝଙ୍କଡ଼ ସାହିତ୍ୟ ସଂସଦ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ଆସନରେ ମହାନଦୀବିହାର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମଣ ସାହୁ, ମୁଖ୍ୟ ବକ୍ତା ପଣ୍ଡିତ ନାଗୁ ଚରଣ ଦେବତା, ଗୌରବlବହ ବିଶିଷ୍ଟ ଅତିଥି ସରସ୍ବତୀ ସ୍ୱାମୀ ଡ଼ଃ ଶ୍ରୁତି ସାଗର ମହାରାଜ, ବିଶିଷ୍ଟ ଅତିଥି ଗୀତିକବି ସମାଜ ସମ୍ପାଦକ ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ବରେଣ୍ୟ ଅତିଥି ଝଙ୍କଡ଼ ରତ୍ନ ଶ୍ରୀଯୁକ୍ତ ଗୋଲୋକ ବିହାରୀ ପଲାଇ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ, ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ଯୋଗଦେଥିବାବେଳେ ସଭାର ଆଭିମୁଖ୍ୟ ପ୍ରକାଶ କରିଥିଲେ ଧର୍ମଜlଗରଣ ମଞ୍ଚ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଲେଙ୍କା l ଏହି ଅବସରରେ ରାଷ୍ଟ୍ର ଧର୍ମ ସମ୍ପର୍କିତ କବିତାମାନ ପାଠ କରାଯାଇଥିଲା l କବିତା ମଞ୍ଚ ସଂଚାଳନ କରିଥିଲେ ପ୍ରବଚକ ଶ୍ରୀ ଦିଗମ୍ବର ରାଉତ, ଝଙ୍କଡକନ୍ୟା ସବିତା ନାୟକ ଓ ବୈଦ୍ୟନାଥ ସାହୁ l ଏହି ଅବସରରେ ଦୁଇ ଅନୁଷ୍ଠାନ ପକ୍ଷରୁ ଧର୍ମଜlଗରଣ ମଞ୍ଚ କର୍ମକର୍ତ୍ତା ଯଥା ପ୍ରଦୀପ କୁମାର ଲେଙ୍କା, ଋତ୍ଵିକ ରଞ୍ଜନ କୁମାର ସାମଲ, ଶିକ୍ଷାବିତ ଶରତ ଚନ୍ଦ୍ର ତାରିଣୀଆ,ନିମାଇଁ ଚରଣ ବିଶ୍ୱାଳ, ରମାକାନ୍ତ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ବର୍ଦ୍ଧନା ମଞ୍ଚ ପରିଚାଳନା କରିଥିଲେ ସୁଶ୍ରୀ ଶୁଭଶ୍ରୀ ଉପସଭାପତି ହେମନ୍ତ କୁମାର ନାୟକ, କୈଳାସ ଚନ୍ଦ୍ର ପ୍ରଧାନ ଓ ସଭାପତି ପ୍ରେମ ଚରଣ ରାଉତ l ଝୁଲରାମ ଦାସ, ନିତ୍ୟାନନ୍ଦ ନାୟକ, ଆଶିଷ ପରିଜା, ଅଶୋକ କୁମାର ଲେଙ୍କା, ଗୀତା ଦାସ, ପଦ୍ମାବତୀ ମିଶ୍ର, ପାୟଲ ମଣ୍ଡଳ, ମାନସ ରଞ୍ଜନ ସାହୁ, ଅରୂପାନନ୍ଦ ସ୍ୱାଇଁ, ଯଯାତି କେଶରୀ ସାମନ୍ତରାୟ,ଜୟନ୍ତୀ ଦାସ ପ୍ରମୁଖ କବିତାପାଠ କରିଥିବାବେଳେ ଯୁବ ସମାଜସେବୀ ମାନସ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
16