ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ବୁଗୁଡ଼ା,ସଜେଇ ହେଉଛି ଗାଁଠୁ ସହର

ବୁଗୁଡ଼ା, 07/09/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଚଳିତ ମାସ ୧୪ ତାରିଖ ଆସନ୍ତା ସୋମବାର ଦିନ ପଡୁଛି ଗଣେଶ ପୂଜା ।ଏବେଠାରୁ ସଜେଇ ହେଲାଣି ବୁଗୁଡା ଅଞ୍ଚଳର ବିଭିନ୍ନ ଗ୍ରାମ। ବିଭିନ୍ନ ସ୍ଥାନରେ ଟେଣ୍ଟ ଭିଡା କାମ ଆରମ୍ଭ ହୋଇଯାଇଥିଲା ବେଳେ ମୂର୍ତ୍ତି ଗଢା କାମ ମଧ୍ଯ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସାଙ୍ଗକୁ କେବଳ କାରିଗରର ଶେଷ ସ୍ଵର୍ଶକୁ ଅପେକ୍ଷା ରହିଛି।ଚଳିତ ବର୍ଷ ପୂଜାକୁ ଧୂମଧାମରେ ପାଳନ କରିବା ପାଇଁ ବିଭିନ୍ନ କମିଟିର ସଦସ୍ୟମାନେ ଦିନରାତି ଏକ କରିଦେଇଛନ୍ତି। ବୁଗୁଡ଼ା ସହରାଞ୍ଚଳ ସାଙ୍ଗକୁ ଗ୍ରାମାଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ପିଲାଠାରୁ ଆରମ୍ଭ କରି ଯୁବକମାନେ ଦଳ ଦଳ ହୋଇ ଲୋକଙ୍କଠୁ ପୂଜା ଚାନ୍ଦା ଆଦାୟ କରୁଥିବାର ଦେଖ‌ିବାକୁ ମିଳୁଛି। ପ୍ରତିବର୍ଷ ବୁଗୁଡା ଅଞ୍ଚଳରେ ଧୂମଧାମରେ ଗଣେଶ ପୂଜା ଉତ୍ସବ ପାଳନ ହେଉଥିବା ବେଳେ ଏ ବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପୂଜା କମିଟିଗୁଡ଼ିକ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଜାରି ରହିଛି।
Article Image
19