ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁ ଜୟନ୍ତୀରେ ଗଣଦୌଡ ଓ ଫଳ ବଣ୍ଟନ

ଏରସମା, 06/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବିଜୁ ଯୁବ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୦୯ ତମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ପାର୍ଥ ସାରଥି ରାଉତଙ୍କ ନେତୃତ୍ବରେ ବିଜୁ ଯୁବ ଜନତାଦଳ ତରଫରୁ ଗଣଦୌଡ ପ୍ରତିଯୋଗିତା ସହିତ ଏରସମା ମେଡିକାଲରେ ବିଜୁ ଜନତା ଦଳ ଛାତ୍ର ସଭାପତି ବରୋଦା ପ୍ରସନ୍ନ ରାଉତଙ୍କ ନେତୃତ୍ବରେ ସଫେଇ କରିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। କୋଠିଛକ ନିକଟରୁ ଏରସମା ବିଜୁଜନତା ଦଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଣଦୌଡ ପ୍ରତିଯୋଗିତା କରାଯାଇଥିଲା। ବିଜୁଜନତା ଦଳ କାର୍ଯ୍ୟାଳୟ ପରିସରରେ ବିଜୁପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଜୁ ପଟନାୟକଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ  ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଦିତ୍ୟ ନନ୍ଦନ ଦାସ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଏରସମା ବ୍ଲକ ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗଚ୍ଛାୟତ , ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ସମିତିସଭ୍ୟା ଦେବଜାନୀ ସେଠୀ,ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦିପ୍ତିରଞୀନ କୂଅଁର, ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳର ବରିଷ୍ଠ ଉପ ସଭାପତି ବିଜୟ କୁମାର ପାଲ୍, ଯୁବ ସମାଜସେବୀ ଗଣେଷ ରାଉତ, ଏରସମା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ବିଭୂତି ଭୂଷଣ ରାୟ, ଉପ ସଭାପତି ଲୋକନାଥ ରାଉତ, ସୁବ୍ରତ ଦାସ, ଚନ୍ଦନ ମଲ୍ଲିକ, ରାକେଶ ସ୍ଵାଇଁ ଓ ଛାତ୍ର ସଭାପତି ଅନିତ୍ ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ।
Article Image
1