ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଶନ୍ତ ବିଶ୍ୱାଳ 23ତମ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର, 07/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସ୍ଥିତ ଆଦିକବି ସାରଳାଦାସ ସଂସ୍କୃତି ଭବନ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବସନ୍ତ ବିଶ୍ୱାଳ ସ୍ମୃତି କମିଟିର ଅନୁକୂଳରେ ଆୟୋଜିତ ଏହି ସ୍ମୃତି ସଭାରେ ଦଳମତ ନିର୍ବିଶେଷରେ ଅନେକ ପ୍ରମୁଖ ନେତା ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ। ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ନେତା ନଟବର ବାରିକ, ପୂର୍ବତନ ବିଧାୟକ ଜ୍ୟୋତିଶଚନ୍ଦ୍ର ଦାସ ଏବଂ ବିଜେପି ଜିଲ୍ଲା ସଭାପତି ପ୍ରତାପ ମିଶ୍ରଙ୍କ ସମେତ ବହୁ ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିମାନେ ଓଡ଼ିଶାର ବିକାଶ ଓ ପ୍ରଗତିରେ କର୍ମବୀର ବସନ୍ତ ବିଶ୍ୱାଳଙ୍କର ଅତୁଳନୀୟ ଯୋଗଦାନକୁ ମନେ ପକାଇ ସ୍ମୃତିଚାରଣ କରିଥିଲେ। ତାଙ୍କର ଦୂରଦୃଷ୍ଟି ଏବଂ ସାଂଗଠନିକ ଦକ୍ଷତା ସଦାସର୍ବଦା ପ୍ରେରଣା ଯୋଗାଇବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
18