ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ତ୍ରୀ ହତ୍ୟାକାରୀକୁ କୋର୍ଟ ଚାଲାଣ କଲା ପୋଲିସ ।

ଜଗତସିଂହପୁର, 07/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସଦର ଥାନା ଜକୋଟି ବଳରାମପୁର ଗାଁର ଚର୍ଚ୍ଚିତ ମହିଳା ପୁଷ୍ପଳତା ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସ୍ୱାମୀ ବାଦଲ ଓରଫ ଦିଗମ୍ବର ସ୍ୱାଇଁକୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଏହାସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ସରକାରୀ ଯୋଜନାରେ ସ୍ତ୍ରୀ ପୁଷ୍ପାଳତାଙ୍କୁ ମିଳିଥିବା ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉତ୍ତ୍ୟକ୍ତ ହୋଇ ଦିଗମ୍ବର ତେଣ୍ଟାରେ ଭୁସି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା। ଏହି ଘଟଣାକୁ ନେଇ ଜଗତସିଂହପୁର ଏସଡିପିଓ ଦିବ୍ୟରଞ୍ଜନ ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, କେବଳ ଟଙ୍କା ବିବାଦ ନୁହେଁ, ପୂର୍ବରୁ ମଧ୍ୟ ପାରିବାରିକ କଳହ ଓ ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।
19