ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବି.ପି.ସି. ଓ ବି.ଡି.ଓ.ଙ୍କୁ ଭେଟି ଶୀଘ୍ର ସମସ୍ୟାର ସମାଧାନ ଓ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଦାବି

କୁଜଙ୍ଗ, 07/09/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ସୁମିତ୍ରା ସେନାପତି ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ମହାସଂଘର ମହିଳାମାନେ ବିଗତ ତିନି ବର୍ଷ ଧରି ସେମାନଙ୍କ ପ୍ରାପ୍ୟ (ଦରମା) ମିଳିନଥିବା ଅଭିଯୋଗ କରି ସୋମବାର କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବି.ପି.ସି. ଓ ବି.ଡି.ଓ.ଙ୍କୁ ଭେଟି ନିଜ ଦାବି ଜଣାଇଛନ୍ତି। ମହିଳାମାନଙ୍କ କହିବା ଅନୁସାରେ, ସେମାନେ ବହୁବାର ବ୍ଲକ କାର୍ଯ୍ୟାଳୟକୁ ଆସି ନିଜ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଗତ ଶନିବାର ବି.ପି.ସି. ସେମାନଙ୍କୁ ପ୍ରଥମେ ସଂଘର ସି.ଆର.ପି. ଚୟନ ପ୍ରକ୍ରିୟା ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିବା ସେମାନେ କହିଛନ୍ତି। ତେବେ ମହିଳାମାନଙ୍କ ମତ ହେଉଛି, ବକେୟା ପ୍ରାପ୍ୟ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପ୍ରଥମେ କରାଯିବା ଆବଶ୍ୟକ। ଶେଷରେ ମହିଳାମାନେ ବି.ଡି.ଓ.ଙ୍କୁ ନିବେଦନ କରି କହିଛନ୍ତି ଯେ, ସେମାନଙ୍କ ବକେୟା ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରାଯିବା ସହ ସମସ୍ୟାର ଶୀଘ୍ର ସମାଧାନ କରାଯାଉ।
23