ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୁନି ପ୍ରତିଭାଙ୍କ ପ୍ରଦର୍ଶନ

ରାହାମା, 08/09/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତା. ୦୬/୦୯: ୪୩ତମ ସ୍ୱନକ୍ଷତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସାଇଲୋସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
Article Image
ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ପାଇଁ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୬୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ।
Article Image
ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାର ଖାତା ଅନୁସୂୟା ସେଠୀ, କୋୟଲ ମଣ୍ଡଳ, ସ୍ୱୟଂଜ୍ୟୋତି ବେହେରା, ସାଗରିକା ଭଦ୍ରା ଓ ପ୍ରତୀକ୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା। ଚିତ୍ରାଙ୍କନର ବିଚାରକ ଭାବେ ସୁଧୀର ରଞ୍ଜନ ମହାପାତ୍ର, ଉଗ୍ରେସନ ନାୟକ ଓ ପ୍ରଶାନ୍ତ ନାୟକ; ହସ୍ତାକ୍ଷର ପ୍ରତିଯୋଗିତାରେ ସୀମାଞ୍ଚଳ ଗୌଡ଼, ଅଙ୍ଗୁରବାଳା ବଳ ଓ ଅନାମିକା ଦାସ ଏବଂ ଭାଷାଜ୍ଞାନ–ପ୍ରବନ୍ଧ ପ୍ରତିଯୋଗିତାରେ କବିତା ଜେନା, ସଙ୍ଗୀତା ନାୟକ ଓ ରାମହରି ସିୟାଳ ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ।
Article Image
ପରୀକ୍ଷା ଶେଷରେ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ନେଇ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା।
Article Image
‘ସମ୍ବାଦ’ର ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଏହାକୁ ସଂଯୋଜନା କରିଥିଲେ।
Article Image
ଉତ୍ସବରେ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ମୁଖ୍ୟ ଅତିଥି, ସମାଜସେବୀ ଡଃ ସୁନାକର ବେହେରା ମୁଖ୍ୟବକ୍ତା ଏବଂ ପ୍ରେସ୍ କ୍ଲବ୍ ରାହାମାର ସଭାପତି ଡଃ ମାନସ ରଞ୍ଜନ ମହାନ୍ତି, ପ୍ରବାସୀ ଭାରତୀୟ ପ୍ରବକ୍ତା ମନୋଜ କୁମାର ରଥ, କୁଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ୍–୨ ସଭ୍ୟ ରବିନାରାୟଣ ସାହୁ, ଟିପିପିଟିଏଲ୍ ମ୍ୟାନେଜର ପ୍ରସାଦ ମହାପାତ୍ର, କୁଜଙ୍ଗ କ୍ରୀଡ଼ା ସମ୍ପାଦକ ରଶ୍ମିକାନ୍ତ ଦାସ ଓ ଜବାହର ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷ ଜୟନ୍ତ କୁମାର ପାଣି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ଦିଗନ୍ତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣୀୟ ମନ୍ତବ୍ୟ ପ୍ରଦାନ କରିଥିଲେ। ‘ସମ୍ବାଦ’ ପରିବାର କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭା ଓ ଜ୍ଞାନର ପରିପ୍ରକାଶ ପାଇଁ ଏକ ଉତ୍ତମ ମାଧ୍ୟମ ପାଲଟିଛି। ଏଭଳି କାର୍ଯ୍ୟକ୍ରମ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଓ ପ୍ରେରଣା ସୃଷ୍ଟି କରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ସର୍ବାଧିକ ନମ୍ବର ରଖି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ –ଆମ ଓଡ଼ିଶା’ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଚିତ୍ରାଙ୍କନ: ପ୍ରଥମ–ସେଣ୍ଟ ଜାଭିୟର ସିଡିସି, ତାଳପଡ଼ା, ରାହାମାର ସ୍ଥିତିପ୍ରଜ୍ଞା ସ୍ୱାଇଁ; ଦ୍ୱିତୀୟ–ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତାଳପଡ଼ାର ପ୍ରିୟାଂଶି ନାୟକ; ତୃତୀୟ–ସେଣ୍ଟ ଜାଭିୟର ସିଡିସି, ତାଳପଡ଼ା, ରାହାମାର ସୋମେନ କୁମାର। ହସ୍ତାକ୍ଷର: ପ୍ରଥମ–ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଗପାଳର ସାଇ ସମୀକ୍ଷା ଦାସ; ଦ୍ୱିତୀୟ–ସେଣ୍ଟ ଜାଭିୟର ହାଇସ୍କୁଲ, ପରମାନନ୍ଦପୁରର ସୁପ୍ରିୟା ମଲ୍ଲ; ତୃତୀୟ–ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଦିବ୍ୟଶ୍ରୀ ବେହେରା। ଭାଷାଜ୍ଞାନ–ପ୍ରବନ୍ଧ: ପ୍ରଥମ–ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଶ୍ରୀୟା ଦାସ; ଦ୍ୱିତୀୟ–ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଙ୍କପାଳର ସୁହାନୀ ମଲ୍ଲିକ; ତୃତୀୟ–ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଙ୍କପାଳର ସ୍ଥିତିପ୍ରଜ୍ଞା ଦାସ। ଶେଷରେ ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷ ଜୟନ୍ତ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ।
24