ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର

ବୁଗୁଡ଼ା, 08/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତ ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକ ଭେଟନାରୀ ଅଫିସର ଶୁଭ୍ରାଂଶୁ ଶେଖର ରାଉତ, ଭିଏସ ସାଇସିବ ଶତପଥି,କରଚୁଲି ଏଲ ଆଇ ସନ୍ତୋଷ କୁମାର ପାତ୍ର ଉପସ୍ଥିତ ରହି ଗାଈମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବନ୍ଧ୍ୟା ସମସ୍ୟାର କାରଣ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ।ଏହି ଅବସରରେ ଗୋପାଳକମାନଙ୍କୁ ଉନ୍ନତ ପଶୁପାଳନ, ସନ୍ତୁଳିତ ଖାଦ୍ୟ ପ୍ରଦାନ, ଟିକାକରଣ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଶିବିରରେ ବହୁ ସଂଖ୍ୟକ ଚାଷୀ ଓ ଗୋପାଳକ ଯୋଗଦେଇ ନିଜ ଗାଈମାନଙ୍କର ଚିକିତ୍ସା କରାଇଥିଲେ।ବିଶେଷଜ୍ଞମାନଙ୍କ ମତରେ ଏପରି ଶିବିର ଦ୍ୱାରା ଗାଈମାନଙ୍କର ପ୍ରଜନନ କ୍ଷମତା ବୃଦ୍ଧି ପାଇବା ସହ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ପଶୁପାଳକଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ।
Article Image
18