ଏରସମା, 06/03/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଗୁରୁବାର ଏରସମା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୫ ତାରିଖକୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଏହି ଦିବସକୁ ସରକାରୀ ସ୍ତରରେ ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ବିଜେପି ସରକାର ଆସନ୍ତା ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରୀ ସ୍ତରରେ ଘୋଷଣା କରିଥିବାରୁ ଏହାର ପ୍ରତିବାଦରେ ବିଜେଡି କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଆୟୋଜିତ କାର୍ଯ୍ଯକ୍ରମରେ ଏରସମା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗଛାୟତଙ୍କ ସଭାପତିତ୍ବରେ ଆୟୋଜିତ ପ୍ରତିବାଦ ସଭାରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ବିଜେପି ସରକାର ଖାଲି ରଙ୍ଗ ବଦଳାଇବା ସହିତ କିଛି କରିପାରୁ ନାହିଁ। ଏ ସରକାରର ହାତ କଣ କରୁଛି ଗୋଡ଼ ଜାଣୁନି କହିବା ସହିତ ମିଛୁଆ ସରକାର କହିବା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ତାରିଖ ପଞ୍ଚାୟତ ଦିବସ ପାଳନ କରାଯାଉଥିଲା। ଏହି ଜନ୍ମ ଦିବସକୁ ମାର୍ଚ୍ଚ ୨୪ ତାରିଖରେ ପାଳନ କରାଯିବ ବୋଲି ବିଜେପି ସରକାର ଘୋଷଣା କରିଥିବାରୁ ତିବ୍ର ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଉପାଧ୍ୟକ୍ଷ ବିକାଶ କୁମାର ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ରାଣୀ ଟୁଡୁ,ପ୍ରଣବ କୁମାର ସ୍ଵାଇଁ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦିପ୍ତିରଞ୍ଜନ କୂଅଁର, ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ, ହରିହର ଲିଙ୍ଗରାଜ ମହାନ୍ତି, ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ବିଜୟ ପାଳ, ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ଗଦାଧର ମଲ୍ଲିକ, ପାର୍ବତୀ ଗୁଡିଆ, ପୂର୍ବତନ ସରପଞ୍ଚ କିଶୋର କୁମାର ପରିଡା, ପ୍ରଦୀପ୍ତ କିଶୋର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସେଠୀ, ଯୁବ ସମାଜସେବୀ ଗଣେଷ ରାଉତ, ଚନ୍ଦନ ମଲ୍ଲିକ ପ୍ରମୁଖ ଯୋଗଦେଇ ବିଜେପି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ତିବ୍ର ସମାଲୋଚନା କରିଥିଲେ। ଏହି ଅବସରରେ ବିଡିଓ ଦାଶରଥୀ ଜେନାଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

