ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୂର୍ବତନ ପ୍ରେସ୍ କର୍ମଚାରୀ ସଂଘ ନେତା ବିଷ୍ଣୁ ଚରଣ ବେହେରାଙ୍କ ପରଲୋକ

ଏରସମା, 08/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା - ୮।୯ : ବାଲିକୁଦା ବ୍ଲକର ତିତିରା ଗ୍ରାମର ବିଶିଷ୍ଟ ଲୋକପ୍ରିୟ ବ୍ୟକ୍ତିତ୍ୱ ତଥା କଟକ ସରକାରୀ ପ୍ରେସ କର୍ମଚାରୀ ସଂଘର ନେତା ଓ ଦୈନିକ ସମାଜର ବରିଷ୍ଠ କର୍ମକର୍ତ୍ତା ମୀନକେତନ ବେହେରାଙ୍କ ପିତା, ବିଷ୍ଣୁ ଚରଣ ବେହେରାଙ୍କର ଗତକାଲି ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଜଣେ ଜଣାଶୁଣା, ଲୋକପ୍ରିୟ, ସମାଜସେବୀ ଓ ସରକାରୀ ପ୍ରେସ କର୍ମଚାରୀ ସଂଘର ନେତା ଭାବରେ ସେ ବେଶ୍ ପରିଚିତ ଥିଲେ । ତାଙ୍କର ବିୟୋଗରେ ତାଙ୍କ ଜନ୍ମ ମାଟି ତିତିରା, ବୋରିକିନା ଅଞ୍ଚଳ ସମେତ, କଟକ ରାଜା ବଗିଚା ଓ ପ୍ରେସ ଛକ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ ଜ୍ଞାନ୍ତି, କୁଟୁମ୍ବ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ସମାପନ କରାଯାଇଛି । ଜ୍ୟେଷ୍ଠପୁତ୍ର ସମାଜ ଖବର କାଗଜର ବରିଷ୍ଠ ଅଧିକାରୀ ମୀନକେତନ ବେହେରା ମୁଖାଗ୍ନୀ ଦେଇଥିଲେ । ଶ୍ରୀ ବେହେରାଙ୍କ ବିୟୋଗରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁର ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ମନ୍ତ୍ରୀ ରଘୁ ନନ୍ଦନ ଦାସ, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ଜିଲା ପରିଷଦ ସଭ୍ୟା ରୁନିଲତା ବେହେରା, ବରିଷ୍ଠ ଆଇନଜୀବୀ ଡ଼ ବୀର ନାରାୟଣ ପାତ୍ର, ବରିଷ୍ଠ ବିଜେପି ନେତା ସଞ୍ଜୟ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
Article Image
21