ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଓ ଅତିରିକ୍ତ ଶ୍ରେଣୀଗୃହ ଉଦ୍ଘାଟିତ

ପାରାଦୀପ ଗଡ , 08/09/2026, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ) :
Article Image
ତା ୦୮.୦୯.୨୦୨୬ ରିଖ: ଇଣ୍ଡିଆନ ଅଏଲ ଆଦାନୀ ଆଡ଼ଭେଞ୍ଚର କମ୍ପାନୀ ପକ୍ଷରୁ ପାରେଶ୍ୱର୍ କନ୍ୟାଶ୍ରମ ପରିସରରେ ଏକ ବହୁମୁଖୀ ଗୋଷ୍ଟି କେନ୍ଦ୍ର ଓ ପାରାଦୀପ ଗଡ ରେ ଅବସ୍ଥିତ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ମହଲା ବିଶିଷ୍ଟ ଅତିରିକ୍ତ ଶ୍ରେଣୀଗୃହ ଉଦ୍ଘାଟିତ ହୋଇ ଯାଇଛି l ପୃଥକ ପୃଥକ ଭାବେ ଦୁଇଟି ବର୍ଣ୍ଣାଢ଼୍ୟ ଉତ୍ସବ ରେ
Article Image
ମୁଖ୍ୟ ଅତିଥି ଭାବେ ଉକ୍ତ କମ୍ପାନୀ ର ଫାଇନାନ୍ସ ଡାଇରେକ୍ଟର ଶ୍ରୀଯୁକ୍ତ ମନୋଜ କୁମାର ବୋରାଡ ଯୋଗଦେଇ ଦୁଇଟି ପ୍ରକଳ୍ପ କୁ ଉଦ୍ଘାଟିତ କରିଥିଲେ l ସମ୍ମାନୀତ ଅତିଥି ଭାବେ କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, କମ୍ପାନୀ ର ସିଇଓ ଶ୍ରୀ ଅତୁଲ ଖରାଟେ, ଭାଇସ ପ୍ରେସିଡେଣ୍ଟ ଶ୍ରୀ ରେଜିତ୍ ଭାସ୍କର, ସିଇଓ ଟର୍ମିନାଲ ଇନ୍ ଚାର୍ଜ ଶ୍ରୀ ଏନ.ଭି.ସୁବ୍ରମଣ୍ୟମ, ମେଣ୍ଟେନାନ୍ସ ହେଡ଼ ଶ୍ରୀ ବ୍ରିଜ ଭୂଷଣ ଦ୍ବିବେଦୀ, ଏଚ.ଆର୍. ହେଡ୍ ଶ୍ରୀ ସତ୍ୟରଞ୍ଜନ ନାୟକ, ଫାଇନାନ୍ସ ଓ ଆକାଉଣ୍ଟ୍ ଶ୍ରୀ ଅଜିତ୍ ଦାସ, କନ୍ୟାଶ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ବାସିର କୁଲୁ, ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କିରଣଵାଳା ସାହୁ, ବରିଷ୍ଟ ଶିକ୍ଷୟତ୍ରୀ ପ୍ରଭାତ ନଳିନୀ ବେହେରା ପ୍ରମୁଖ ଯୋଗଦେଇଥିଲେ l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଅନୁରୋଧ କ୍ରମେ ଉକ୍ତ କମ୍ପାନୀ ଦୁଇଟି ପ୍ରକଳ୍ପ ନିର୍ମାଣ ପାଇଁ ଅନ୍ୟୁନ ଏକ କୋଟି ଟଙ୍କା ବିନିଯୋଗ କରିଛନ୍ତି, ଆଗାମୀ ଦିନରେ କମ୍ପାନୀ ଉକ୍ତ ଦୁଇଟି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ କରିବ ବୋଲି କମ୍ପାନୀ ଫାଇନାନ୍ସ ଡାଇରେକ୍ଟର ଶ୍ରୀଯୁକ୍ତ ମନୋଜ କୁମାର ବୋରାଡ୍ ପ୍ରକାଶ କରିଥିଲେ l ଖେଳ ଶିକ୍ଷକ ରମାକାନ୍ତ ଖଣ୍ଡୁଆଳ ଧନ୍ୟବାଦ୍ ଦେଇଥିଲେ l
Article Image
Article Image
Article Image
Article Image
23