ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲର ଦାଇଁଲୋ ମଣ୍ଡଳରେ ବିଜେପିର ମିଶ୍ରଣ ପର୍ବ , ଶତାଧିକ କର୍ମୀଙ୍କ ଯୋଗଦାନ

ତିର୍ତ୍ତୋଲ, 09/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରିତା ସାହୁ) :
Article Image
ତା-୦୮/୦୯/୨୦୨୬ : ଜଗତସିଂହପୁର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ସଫଳତା ପରେ ଏବେ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାଇଁଲୋ ମଣ୍ଡଳରେ ମିଶ୍ରଣ ପର୍ବ ଜାରି ରହିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ବିକଶିତ ଭାରତର ସଂକଳ୍ପ ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା, ନୀତି ଓ ଆଦର୍ଶକୁ ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଘରେ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ। ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ଜ୍ୟୋତି ରଂଜନ ସାହୁ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ କୁମାର ମିଶ୍ର ମହୋଦୟଙ୍କ ଉପସ୍ଥିତ ରେ ବିଭିନ୍ନ ଦଳରୁ ଆସିଥିବା ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଦାଇଁଲୋ ମଣ୍ଡଳ ପ୍ରଭାରୀ ତଥା ଜିଲ୍ଲା ସମ୍ପାଦକ ଡ଼ଃ ପ୍ରକାଶ ଚନ୍ଦ୍ର ଦଳାଇ, ବରିଷ୍ଠ ବିଜେପି ନେତା ଶ୍ରୀ ବିଜୟ ଦାଶ, ଜିଲ୍ଲା ସମ୍ପାଦକ ଶ୍ରୀ ରୂପକ ଖୁଣ୍ଟିଆ, ମଣ୍ଡଳର ଯୁବ ନେତା ଶ୍ରୀ ଦୀପକ ସାହୁଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ନବାଗତ କର୍ମୀମାନଙ୍କୁ ଦଳକୁ ଆତ୍ମୀୟ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ।
Article Image
ଏହି ମିଶ୍ରଣ ପର୍ବ ପ୍ରମାଣ କରୁଛି— ତିର୍ତ୍ତୋଲରେ ବିଜେପି ପ୍ରତି ଜନଆସ୍ଥା ଦିନକୁ ଦିନ ମଜବୁତ ହେଉଛି।ଏହାର ଉଦ୍ଦେଶ୍ୟ ସଂଗଠନ ଶକ୍ତିଶାଳୀ କରିବା ଓ ବିକଶିତ ଭାରତ • ବିକଶିତ ଓଡ଼ିଶା ଗଠନ କରିବା ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।
Article Image
Article Image
Article Image
38