ଏରସମା, 09/09/2026, ଉତ୍କଳ voice news - utkalvoicenews.com(ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ) :
ତା- ୦୮/୦୯/୨୦୨୬: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଏରସମା ଗ୍ରାମପଞ୍ଚାୟତର ଦେଉଳି ଗ୍ରାମରେ ସ୍ୱର୍ଗତ ଗାଳ୍ପିକ ନିଖିଳ କୁମାର କାନୁନଗୋଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି କମିଟି ପକ୍ଷରୁ ଏକ ସାରସ୍ୱତ ସଭା ଓ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସ୍ମୃତି କମିଟିର ସଭାପତି ମଳୟକାନ୍ତ କାନୁନଗୋଙ୍କ ତତ୍ତ୍ୱାବଧାନରେ ଏବଂ ଶିକ୍ଷାବିତ୍ ଲୋକନାଥ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଶବ୍ଦଶିଳ୍ପୀ, ବାଗ୍ମୀ, ସୁବକ୍ତା ଓ ସାରସ୍ୱତ ସାଧିକା ଡ଼ଃ ବିଷ୍ଣୁପ୍ରିୟା ଦାସଙ୍କୁ 'ଗାଳ୍ପିକ ନିଖିଳ କୁମାର କାନୁନଗୋ ସ୍ମୃତି ସମ୍ମାନ' ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ ସ୍ୱର୍ଗତ ନିଖିଳ କାନୁନଗୋଙ୍କ ସାରସ୍ୱତ ଅବଦାନ, ଜୀବନଦର୍ଶନ ଓ ସ୍ୱାଧୀନତା ସଂଗ୍ରାମୀ ପରିବାରର ଉତ୍ତରାଧିକାରୀ ଭାବେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଓ କବି ସୁବାଷ ଚନ୍ଦ୍ର ରାଉତ କହିଥିଲେ ଯେ, ସ୍ୱର୍ଗତ କାନୁନଗୋଙ୍କ ଗଳ୍ପଗୁଡ଼ିକ ଉଚ୍ଚମାନର ସାହିତ୍ୟ ସୃଷ୍ଟି ଭାବେ ପାଠକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା।
ସମ୍ମାନିତ ଅତିଥି ଭାବେ ଯୁଗଳ କିଶୋର ଦାଶ, ଅବସରପ୍ରାପ୍ତ ଡିଜିଏମ୍ (ନାବାର୍ଡ) ରଞ୍ଜନ କୁମାର ମହାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ଦୀପ୍ତିରଞ୍ଜନ କୁଅଁର, ପଣ୍ଡିତ ନାଗୁଚରଣ ଦେବତା, ଡ଼ଃ ବସନ୍ତ ମଞ୍ଜରୀ ଦାସ, ମହେଶ୍ୱର ସ୍ୱାଇଁ, ଶଶୀଭୂଷଣ ସ୍ୱାଇଁ, ଶିକ୍ଷାବିତ୍ ମନୋଜ କୁମାର କାନୁନଗୋ ଓ ଆଡଭୋକେଟ୍ ଅକ୍ଷୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ **'ଓମିଶା ପତ୍ରିକା'**ର ଉନ୍ମୋଚନ କରାଯିବା ସହ ବିଭିନ୍ନ ସାରସ୍ୱତ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷରେ ପୂଜ୍ୟପୂଜା କମିଟିର ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।