ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆଞ୍ଚଳିକ ବିକାଶ ପରିଷଦ ଢ଼ିଙ୍କିଆ ଚାରିଦେଶ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଏରସମା, 09/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତ ମହାଳ ଯୋଗିସାହି ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଆଞ୍ଚଳିକ ବିକାଶ ପରିଷଦ ଢ଼ିଙ୍କିଆ ଚାରିଦେଶ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।ଆଜିର ସମ୍ମିଳନୀରେ ଏକ ପ୍ରେସ୍ ବାର୍ତ୍ତା ପ୍ରକାଶ କରି ଅଞ୍ଚଳର ବିକାଶରେ ସାମୁହିକ ସହଭାଗିତା ପାଇଁ ଅଞ୍ଚଳ ବାସୀ ପ୍ରତିଶ୍ରୁତିବଦ୍ଧ ବୋଲି ଲେଖିଛନ୍ତି।
Article Image
ଜେଏସ୍ଡବ୍ଲୁ ଶିଳ୍ପ ଦ୍ୱାରା ପ୍ରତ୍ୟେକ୍ଷ ଭାବେ ପ୍ରଭାବିତ ଢ଼ିଙ୍କିଆ, ନୂଆଗାଁ, ଓ ଗଡ଼କୁଜଙ୍ଗ ପଞ୍ଚାୟତ ର ସାମଗ୍ରିକ ଉନ୍ନତି ଓ ବିକାଶ ପାଇଁ କମ୍ପାନୀର ସହଭାଗିତା ଶତପ୍ରତିଶତ ରହିବା ସହିତ ଏହାକୁ ପ୍ରାଥମିକତା ଦିଆଯାଉ। ଜୀବିକା ହରାଇଥିବା ଏବଂ ନୂତନ ରୋଜଗାରର ସୁଯୋଗ ଆବଶ୍ୟକ କରୁଥିବା ସମସ୍ତ ପରିବାରକୁ ଯୋଗ୍ୟତା ଓ ଆବଶ୍ୟକତା ଆଧାରରେ ନିଯୁକ୍ତି ଦିଆଯିବା ସହିତ ତିନୋଟି ପଞ୍ଚାୟତର ବିଭିନ୍ନ ସାମଗ୍ରୀକ ସମସ୍ୟାର ସମାଧାନ ଓ ଉନ୍ନତିକରଣ ପାଇଁ ସ୍ୱାସ୍ଥ୍ୟସେବା,ଶିକ୍ଷା, ଗମନାଗମନ ବ୍ୟବସ୍ଥା, ଖେଳ ପଡିଆ,ପାନୀୟ ଜଳର ସମସ୍ୟା ଆଦି ବିଭିନ୍ନ ପ୍ରକାର ସୁବିଧା ର ବ୍ୟବସ୍ଥା ପ୍ରାଥମିକତା ଆଧାରରେ କରାଯାଉ।ବୋଲି ଉଲ୍ଲେଖ କରାଯାଇଛି।ଏ ସବୁ ଆମ ଅଞ୍ଚଳର ଉନ୍ନତି ଓ ବିକାଶରେ ନିରନ୍ତର ସହଯୋଗ ଏବଂ ସହଭାଗିତା ପାଇଁ ଜେଏସ୍ଡବ୍ଲୁ କମ୍ପାନୀ କୁ ଆଞ୍ଚଳିକ ବିକାଶ ପରିଷଦ ଢ଼ିଙ୍କିଆ ଚାରିଦେଶ ର ମୁରୁବୀ ଓ ଯୁବକ ମାନେ କୃତଜ୍ଞତା ଜଣାଇଛନ୍ତି।ଏବଂ ଯେଉଁ ଯୁବକ ମାନେ କିଛି ଦିନ ତଳେ ରାସ୍ତାରେ ରୋକ କରି କମ୍ପାନୀ କାର୍ଯ୍ୟରେ ବାଧ୍ୟ ସୃଷ୍ଟି କରି କମ୍ପାନୀ ନାମରେ ମିଛ ପ୍ରଚାର କରୁଛନ୍ତି। ସେମାନେ କେବେ ଅଞ୍ଚଳର ବିକାଶରେ ଭାଗିଧାରି ନୁହଁନ୍ତି ବୋଲି।କେବଳ ନିଜ ସ୍ୱାର୍ଥ ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମାହାଳ ଗ୍ରାମ୍ୟ କମିଟି ସଂପାଦକ ଭ୍ରମର ବର ସେଠୀ, ବିଷ୍ଣୁ ଚରଣ ନାୟକ,ପ୍ରଭାତ କୁମାର ରାଉତ, ପ୍ରେମାନନ୍ଦ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
22