ଏରସମା, 06/03/2025, ଉତ୍କଳ voice news - utkalvoicenews.com

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ସମ୍ମିଳନୀ ଗ୍ରୃହରେ ଗ୍ରାମ୍ୟ ବିପର୍ଯ୍ୟୟ ପରୀଚାଳନା ରୂପରେଖ ପ୍ରସ୍ତୁତି ନିମନ୍ତେ ଏକ ଦିନିକିଆ ବ୍ଲକ୍ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ଆୟୋଜିତ କାର୍ଯ୍ୟକ୍ରମକୁ ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା ଉଦଘାଟନ କରିଥିଲେ। ଅତିରିକ୍ତ ଉନ୍ନୟନ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଲେଙ୍କା,ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଅମିୟ ରଞ୍ଜନ ପ୍ରଧାନ,ଏ ବି.ଇ.ଓ ଲିଆକତ ଅଲ୍ଲୀ ଖାଁ,ସି.ଡ଼ି.ପିଓ କ୍ରୀଷ୍ଣା କୁମାରୀ ରାଉତ,ଜିପିଡିଓ ସୂର୍ଯ୍ୟ ପ୍ରକାଶ ସାମନ୍ତ ସିଂହାର,ସାମାଜିକ ସୁରକ୍ଷା ଅଧିକାରୀ ପ୍ରିତମ ନାୟକ,ନଳୀନ ରଞ୍ଜନ ମନ୍ତ୍ରୀ ଓ ବରିଷ୍ଠ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହ୍ରୃଷିକେଶ ରାଉତରାୟ ପ୍ରମୁଖ ଯୋଗଦେଇ ରାଜ୍ୟସରକାର ଏବଂ ଓସଡମା ପକ୍ଷରୁ ବ୍ଲକ୍ ଅଞ୍ଚଳର ୧୩ଟି ପଞ୍ଚାୟତ ବାଲିତୁଠର ୩ଟି ଗାଁ,ଢ଼ିଙ୍କିଆର ୨ଟି,ଚଟୁଆର ୬ଟି,ବଳେଇପୁରର ୬ଟି,ଜାନକାଦେଇପୁରର ୪ଟି, ଭିତର ଅନ୍ଧାରିର ୬ଟି,ନୂଆଡିହିର ୧ଟି,ସୋମପୁରର ୧ଟି,ପଏଦାର ୩ଟି,ପୋଖରୀଆ ପଡାର ୩ଟି,ପଲ୍ଲୀକଣ୍ଟାର ୫ଟି,ଏରସମାର ୩ଟି ଓ ଜିରାଇଲୋ ପଞ୍ଚାୟତର ୨ଟି ଗାଆଁରେ ଏହି ପ୍ରାକ୍ରୁତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ
କ୍ରମ କରାଯିବ।ଏହା ସହ ବିଭିନ୍ନ ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ନବଜ୍ୟୋତି ଓ ଶ୍ରଦ୍ଧା ଏନ୍.ଜି.ଓ ପରିଚାଳନା କରିବେ ବୋଲି କହିଥିଲେ।ବ୍ଲକ୍ ନୋଡାଲ ଅଧିକାରୀ ନଳିନୀ ରଞ୍ଜନ ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କର୍ମଶାଳାରେ ୧୩ଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗଦେଇଥିଲେ।
