ଏରସମା, 09/09/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ):ଜଗତସିଂହପୁର ଜିଲ୍ଲା ଏରସମା ଥାନା ପରିସରରେ ସ୍ନେହ ଅଭିଯାନ ପକ୍ଷରୁ କିଶୋରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
କିଶୋରୀମାନଙ୍କ ମଧ୍ୟରେ ନିଜ ସୁରକ୍ଷା, ଆଇନ ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କୌଣସି ଅସୁବିଧା କିମ୍ବା ବିପଦର ସମ୍ମୁଖୀନ ହେଲେ ଭୟଭୀତ ନହୋଇ ତୁରନ୍ତ ପୋଲିସର ସହାୟତା ନେବା ସହିତ ଥାନା ସହ ଯୋଗାଯୋଗରେ ରହିବାକୁ କିଶୋରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହାସହ ମୋବାଇଲ ଓ ସୋସିଆଲ ମିଡିଆର ସୁବ୍ୟବହାର ଏବଂ ଅପବ୍ୟବହାର ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ଅଜଣା ବ୍ୟକ୍ତିଙ୍କ ସହ ଅନଲାଇନରେ ଯୋଗାଯୋଗ କରିବା, ବ୍ୟକ୍ତିଗତ ତଥ୍ୟ ଓ ଫଟୋ ସେୟାର କରିବା ଭଳି ବିଷୟରେ କିଶୋରୀମାନଙ୍କୁ ସତର୍କ କରାଯାଇଥିଲା।
ଅଳ୍ପ ବୟସରେ ଭୁଲ ନିଷ୍ପତ୍ତି ନେଇ କୌଣସି କିଶୋରୀ ଯେପରି ବିପଥଗାମୀ ନହୁଅନ୍ତି, ସେନେଇ ସଚେତନତା ସୃଷ୍ଟି କରିବା ସହ ସୁରକ୍ଷିତ ଭବିଷ୍ୟତ ପାଇଁ ଠିକ୍ ନିଷ୍ପତ୍ତି ନେବାକୁ ଆହ୍ୱାନ ଦିଆଯାଇଥିଲା।
ସଚେତନତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ—ଏବଂ କିଶୋରୀଙ୍କ ସୁରକ୍ଷା ପାଇଁ ପୋଲିସ ଓ ସମାଜର ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।