ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଇ-ବୁକ୍ସ ଆବାସିକ ମାଧ୍ଯମିକ ବିଦ୍ୟାଳୟର +୨ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସାଗତ ସମ୍ବଦ୍ଧନା ଉତ୍ସବ

ଢେଙ୍କାନାଳ, 09/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୯/୯ : ସ୍ଥାନୀୟ ଗୋପିନାଥ ଗାର୍ଡେନ ଠାରେ ଇ-ବୁକ୍ସ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ସମବାୟ ସମିତି ସଭାପତି ଅକ୍ଷୟ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଓଷ୍ଠାର ପ୍ରାପ୍ତନ ସଂପାଦକ ବିଭୁତି ସାମଲ ଯୋଗଦେଇ ଶୃଙ୍ଖଳା, ଧୈର୍ଯ୍ୟ, ସମ୍ମାନ ଏବଂ ନିଷ୍ଠା ସହକାରେ ଛାତ୍ର ଛାତ୍ରୀମାନେ କାମ କଲେ ସଫଳତା ନିଶ୍ଚିନ୍ତ ଭାବରେ ପାଖକୁ ଆସିବ ବୋଲି କହିଥିଲେ । ସମ୍ମାନିତ ଅତିଥୁ ଭାବେ ଆଇନ୍ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ବିଜୟ କୁମାର ସାହୁ, ଡ୍ୟାମ୍‌ସ୍ ନିର୍ଦ୍ଦେଶକ ଡା. ରଜନୀ କାନ୍ତ ତରାଇ, ଇ-ବୁକ୍ସର ସଂପାଦକ ଶ୍ରୀବତ୍ସ ମହାପାତ୍ର, ସମାଜସେବୀ ପ୍ରତାପ ଚନ୍ଦ୍ର ପରିଡା, ଇ-ବୁକ୍‌ସର କୋଷାଧ୍ଯକ୍ଷ ବିଜନ ପରିଡା, ଓଡିଶା ଛାତ୍ର ସଂଗଠନର ଉପସଭାପତି ବିନୋଦ ସେଠୀ ପ୍ରମୁଖ ମଂଚାସୀନ ହୋଇ ଆଗକୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଗୌରାଙ୍ଗ ଚରଣ ମହାରଣା ସଭାପତିତ୍ୱ କରିଥିଲେ । +୨ ବିଜ୍ଞାନର ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଂପାଦନ କରିଥିଲେ । ଶେଷରେ ଓଡିଆ ଅଧ୍ୟାପକ ଲକ୍ଷ୍ମୀଧର ରାଉତ ସଂଯୋଜନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୁଖ୍ୟ ଅତିଥୁ ସମ୍ବଦ୍ଧିତ କରିଥିଲେ ।
91