ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୋକାନ ଉଚ୍ଛେଦ, ଥଇଥାନ ଦାବି ଜୋରଦାର

ଏରସମା, 09/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) : ଜୀବିକା ହରାଇଲେ ବ୍ୟବସାୟୀ, ପ୍ରଶାସନ ଦେଲା ଥଇଥାନର ପ୍ରତିଶ୍ରୁତି
Article Image
ତା - ୯/୯ : ଏରସମା ବଜାରରେ ପ୍ରଶାସନର ଉଚ୍ଛେଦ ଅଭିଯାନ ପରେ ଏବେ ଥଇଥାନ ଦାବି ଜୋର ଧରିଛି। ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାକଡ଼ରେ ଦୀର୍ଘଦିନ ଧରି ଚାଲିଥିବା ଗୋଟିଏ ହୋଟେଲ ଓ ୩ଟି ପାନ ତଥା ଅନ୍ୟାନ୍ୟ ସାମଗ୍ରୀ ଦୋକାନକୁ ବୁଧବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନରେ ଦୋକାନ ହରାଇଥିବା ବ୍ୟବସାୟୀଙ୍କ ଜୀବିକା ଏବେ ସଙ୍କଟରେ। ବର୍ଷ ବର୍ଷ ଧରି ଏହି ଦୋକାନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ଉଚ୍ଛେଦ ପରେ ପ୍ରଶାସନ ନିକଟରେ ଥଇଥାନ ଦାବି କରିଛନ୍ତି। ସିହା ଗ୍ରାମର ସତ୍ୟାନନ୍ଦ ଭୋଳ ଓ କ୍ଷୀରୋଦ ସ୍ୱାଇଁଙ୍କ କହିବାନୁଯାୟୀ, ଦୀର୍ଘଦିନ ଧରି ଦୋକାନ କରି ପରିବାର ଚଳାଇ ଆସୁଥିଲେ। ହଠାତ୍‌ ଦୋକାନ ଉଚ୍ଛେଦ ହୋଇଯିବା ପରେ ସେମାନଙ୍କ ଜୀବିକା ପ୍ରଭାବିତ ହୋଇଛି। ତେଣୁ ପ୍ରଶାସନ ବିକଳ୍ପ ସ୍ଥାନରେ ବ୍ୟବସାୟର ସୁଯୋଗ ଦେଇ ଥଇଥାନ କରୁ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ରାସ୍ତାକଡ଼ରେ ଦୋକାନ ଯୋଗୁଁ ଯାନବାହନ ଚଳାଚଳରେ ସମସ୍ୟା ଉପୁଜୁଥିବାରୁ ପୂର୍ବରୁ ବ୍ୟବସାୟୀଙ୍କୁ ନୋଟିସ ଦିଆଯାଇଥିବା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳି ବେହେରା କହିଛନ୍ତି। ସରକାରୀ ଜମିରେ ବେଆଇନ ଭାବେ ବ୍ୟବସାୟ ଚାଲିଥିବାରୁ ନିୟମ ଅନୁଯାୟୀ ଉଚ୍ଛେଦ କରାଯାଇଛି। ତେବେ ବିଡିଓଙ୍କ ମାଧ୍ୟମରେ ବ୍ୟବସାୟୀମାନଙ୍କୁ ବ୍ୟବସାୟିକ ଥଇଥାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଉଚ୍ଛେଦ ହେଲା, ଏବେ ଥଇଥାନ କେବେ—ଏହାକୁ ନେଇ ବ୍ୟବସାୟୀଙ୍କ ଅପେକ୍ଷା।
26