କୁଜଙ୍ଗ , 10/09/2026, ଉତ୍କଳ voice news - utkalvoicenews.com(କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) : ତା ୦୯/୦୯/୨୦୨୬: ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ଆନ୍ତର୍ଜାତୀୟ ମାନବ ଅଧିକାର କମିଶନର ଖାଉଟି ସୁରକ୍ଷା ଅଧିକାରୀ ବୁଦ୍ଧଦେବ ଜେନାଙ୍କୁ ‘ହିମ୍ମତ ବାଲା ସମ୍ମାନ–୨୦୨୬’ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଦୈନିକ ‘ହିମ୍ମତ’ ପତ୍ରିକାର ପଞ୍ଚଦଶ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ସମାରୋହରେ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଚେତନ ନାଗରିକ, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣୀତୋ ଅଞ୍ଚଳର ବାସିନ୍ଦା ବୁଦ୍ଧଦେବ ଜେନା ଜଣେ ସକ୍ରିୟ ସମାଜସେବୀ ଓ ସାମ୍ବାଦିକ ଭାବେ ବେଶ ପରିଚିତ। ସମାଜ ସେବା ଓ ସଂସ୍କାରମୂଳକ କାର୍ଯ୍ୟ ପାଇଁ ସେ ପୂର୍ବରୁ ମଧ୍ୟ ଜାତୀୟ ଓ ରାଜ୍ୟ ସ୍ତରର ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଛନ୍ତି।
ଏହି ସମ୍ମାନ ପାଇବା ପରେ ଶ୍ରୀ ଜେନା କହିଛନ୍ତି ଯେ, ଆଗାମୀ ଦିନରେ ମଧ୍ୟ ସମାଜସେବା ପ୍ରତି ତାଙ୍କର ନିଷ୍ଠା ଅବ୍ୟାହତ ରହିବ। ତାଙ୍କର ଏହି ସଫଳତା ପାଇଁ ଜଗତସିଂହପୁର ଜିଲ୍ଲା ସହ ସାରା ଓଡ଼ିଶାରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଏହି ଅବସରରେ ଗୀତା ମିଶନର ଅଧ୍ୟକ୍ଷ ସ୍ୱାମୀ ଚିଦାନନ୍ଦ, ଶ୍ରୀଜଗନ୍ନାଥ ମହୋତ୍ସବର ସଭାପତି ପ୍ରଜ୍ଞାନନ୍ଦ ଦାସ, ଜଗନ୍ନାଥ ସଂସ୍କୃତି ଗବେଷକ ଧୃତିଧର ଦାସ, ସମାଜ ସଂସ୍କାରକ ଡ଼. ଅରୁଣ କୁମାର ପାଣି, ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ, **‘ହିମ୍ମତ’**ର ସମ୍ପାଦକ କମଳାକାନ୍ତ ଦାଶ, ମୁଖ୍ୟ ସମ୍ପାଦକ ଉମାକାନ୍ତ ପଟ୍ଟନାୟକ, ଆଡଭାଇଜର ରଜନୀକାନ୍ତ ସାମନ୍ତରାୟ, ସାରଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ପଣ୍ଡା ଓ ପଶ୍ଚିମେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଦାସ ପ୍ରମୁଖ ଶ୍ରୀ ଜେନାଙ୍କୁ ଶୁଭେଚ୍ଛା ଜଣାଇଥିଲେ।