ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାଗାବଳୀ ନଦୀତଟ ବସ୍ତି ଉଚ୍ଛେଦ ନୋଟିସ୍ ବିନା ଥଇଥାନରେ ଘର ନଭାଙ୍ଗିବାକୁ ଦାବି

ରାୟଗଡ଼ା, 10/09/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
୧୦/୯) : ରାୟଗଡ଼ା ସହରର ଇନ୍ଦିରାନଗର ଷଷ୍ଠ ଲାଇନ୍‌ ନିକଟସ୍ଥ ନାଗାବଳୀ ନଦୀତଟରେ ବସବାସ କରୁଥିବା ବସ୍ତିବାସିନ୍ଦାମାନେ ବାସହୀନ ହେବା ଆଶଙ୍କାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଉଚ୍ଛେଦ ନୋଟିସ୍ ପାଇବା ପରେ ଉକ୍ତ ବସ୍ତିର ୨୭ଟି ପରିବାର ପ୍ରଶାସନ ନିକଟରେ ଥଇଥାନ ପାଇଁ ଗୁହାରି କରିଛନ୍ତି। ବସ୍ତିବାସିନ୍ଦାଙ୍କ କହିବାନୁସାରେ, ସେମାନେ ଦୀର୍ଘଦିନ ଧରି ଏଠାରେ ରହି ମଜୁରି ଓ ଅନ୍ୟମାନଙ୍କ ଘରେ କାମ କରି ଜୀବିକା ନିର୍ବାହ କରୁଛନ୍ତି। ତେବେ ଆସନ୍ତା ୨୫ ତାରିଖ ସୁଦ୍ଧା ସ୍ଥାନ ଖାଲି କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଜାରି ରହିଥିବା ବେଳେ ଛୋଟ ପିଲାଛୁଆଙ୍କୁ ଧରି ହଠାତ୍ କେଉଁଠାକୁ ଯିବେ, ସେନେଇ ପରିବାରଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଉଚ୍ଛେଦ ପୂର୍ବରୁ ପ୍ରଶାସନ ସେମାନଙ୍କ ପାଇଁ ବିକଳ୍ପ ଜମି ଓ ଥଇଥାନ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ବିନା ବିକଳ୍ପ ବ୍ୟବସ୍ଥାରେ ସେମାନଙ୍କ ଘର ଭାଙ୍ଗି ନଦେବା ସହ ମାନବିକ ଦୃଷ୍ଟିକୋଣରୁ ସମସ୍ୟାର ସମାଧାନ କରିବାକୁ ବସ୍ତିବାସିନ୍ଦାମାନେ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
21