ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମରକ୍ଷା ଦିବସ ପାଳନ ଅବସରରେ ଯୁବ ସମ୍ମିଳନୀ

ତିର୍ତ୍ତୋଲ, 11/09/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଶାଗବାରିଆ ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘ ପରିସରରେ ବେଦାନ୍ତ କେଶରୀ ରାଷ୍ଟ୍ର ସନ୍ଥ ବ୍ରହ୍ମଲିନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସାରସ୍ବତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ଅବସରରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାସ, ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଲେଙ୍କା, ଋତ୍ଵିକ ରଞ୍ଜନ କୁମାର ସାମଲଙ୍କ ତତ୍ତ୍ୱlବଧାନରେ ରାଷ୍ଟ୍ର ଧର୍ମ ସlମ୍ମୁଖ୍ୟ ପ୍ରଫୁଲ୍ଲ କୁମାର ସାହୁ , ମୁଖ୍ୟ ଅତିଥିଭାବେ ବିଜେପି ଜିଲ୍ଲା ସଭାପତି ବିଶ୍ୱଜିତ ବାବୁ ମୁଖ୍ୟ ବକ୍ତା , ଆଇନଜୀବୀ ମାନସ ବାବୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଶିକ୍ଷାବିତ ଶରତ ଚନ୍ଦ୍ର ତାରିଣୀଆ,ସମାଜସେବୀ ଜଗନ୍ନାଥ ଖଣ୍ଡୁଆଳ,ମକରଧ୍ବଜ ଶିଳ୍ପ ତାଲିମ୍ କେନ୍ଦ୍ର ଅଧ୍ୟକ୍ଷ ମହେଶ୍ୱର ସ୍ୱାଇଁ, ଆଞ୍ଚଳିକ ପୂଜ୍ୟ ପୂଜା ଅଧ୍ୟକ୍ଷ ଯଯାତିକେଶରୀ ସାମନ୍ତରାୟ,ସେବାନିବୃତ୍ତ ସେନା ଦେବେନ୍ଦ୍ର କୁମାର ପଣ୍ଡା, ନିମାଇଁ ବିଶ୍ୱାଳ,ରମାକାନ୍ତ ସାହୁ, ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ଦ୍ୱାରା ନଡ଼ିଆ ଚାରା ଦଶଟି ମଣ୍ଡଳରୁ ଉପସ୍ଥିତ ହୋଇଥିବା ଯୁବଗୋଷ୍ଠୀଙ୍କୁ ବଣ୍ଟନ କରାଯାଇଥିଲା l ପରିଶେଷରେ ଅନୁଷ୍ଠାନର ମୁଖ୍ୟ ପୁରୋଧା ଦେବେନ୍ଦ୍ର କୁମାର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
15