ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଓ PLI ସ୍କିମ୍‌ରେ ଭେଦଭାବ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ଢେ଼ଙ୍କାନାଳ, 11/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) : ତା. ୧୧/୦୯/୨୦୨୬ : ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ଏବଂ PLI (Performance Linked Incentive) ସ୍କିମ୍‌ରେ ରହିଥିବା ଭେଦଭାବ ଦୂର କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ଧର୍ମଘଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
Article Image
ସକାଳ ପ୍ରାୟ ୯ଟା ସମୟରେ ବିଭିନ୍ନ ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଏକତ୍ରିତ ହୋଇ ଧର୍ମଘଟରେ ସାମିଲ ହୋଇଥିଲେ। ଏହାପରେ ସମସ୍ତ ବ୍ୟାଙ୍କ କର୍ମଚାରୀ SBI ମେନ୍ ବ୍ରାଞ୍ଚ ସମ୍ମୁଖରେ ଏକତ୍ରିତ ହୋଇ ସାଧାରଣ ସଭା ଆୟୋଜନ କରିଥିଲେ। ସଭାରେ SBISA ଜୋନାଲ ସଚିବ ଶ୍ରୀ ଗୋପାଳ ସାହୁ, SBI ନେତା ଶ୍ରୀ ଶିବରାମ ପାଣିଗ୍ରାହୀ, ଶ୍ରୀ ମନମୋହନ ନାୟକ, ଶ୍ରୀ ଜିତେନ୍ଦ୍ର ଦାସ, ଶ୍ରୀମତୀ ପ୍ରଜ୍ଞାନ ପରମିତା ସେଠୀ, ଶ୍ରୀ ସନ୍ତୋଷ ବରାଳ, ଶ୍ରୀ ସୌମ୍ୟ ମିଶ୍ର ଓ ଶ୍ରୀ ଅନ୍ତର୍ଯ୍ୟାମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି Canara Bank AIBEA ଉପସଚିବ ଶ୍ରୀ ଖେତ୍ରବାସୀ ବେହେରା, AIBEA ନେତା ଶ୍ରୀ ଆଶିଷ କୁମାର ସାମଲ, PNB AIBEA ନେତା ଶ୍ରୀ ପଦ୍ମନାଭ ଜେନା, PNB Officer Association ନେତା ଶ୍ରୀ ମନୋଜ ସାହୁ ଏବଂ BEFI ନେତା ଶ୍ରୀ ମହେନ୍ଦ୍ର ମୋହରଣାଙ୍କ ସମେତ Indian Bankର ଶ୍ରୀ ସତ୍ୟଜିତ ସାହୁ, ଶ୍ରୀ ଦେବାନନ୍ଦ ବେହେରା, ଶ୍ରୀ ଦେବ ପ୍ରସାଦ ପାଣି ଓ ଶ୍ରୀ ନାରାୟଣ ସାହୁ ପ୍ରମୁଖ ଯୋଗଦେଇଥିଲେ। ସଭାରେ ବକ୍ତାମାନେ ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ। ଏଥିସହିତ PLI ସ୍କିମ୍‌ରେ ବ୍ୟାଙ୍କ କର୍ମଚାରୀମାନଙ୍କ ପ୍ରତି ରହିଥିବା ଭେଦଭାବ ଓ ଅସମାନତା ଦୂର କରି ସମସ୍ତଙ୍କ ପାଇଁ ନ୍ୟାୟସଙ୍ଗତ ଓ ସମାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ବ୍ୟାଙ୍କ କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ଏକତା ହିଁ ମୁଖ୍ୟ ଶକ୍ତି। ତେଣୁ ନିଜ ଅଧିକାର ଓ ସ୍ୱାର୍ଥ ପାଇଁ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଏକତାବଦ୍ଧ ରହି ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା, PLI ସ୍କିମ୍‌ରେ ଥିବା ଭେଦଭାବ ଦୂର କରିବା ଏବଂ କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଯାଇଥିଲା। ଦାବିଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆସନ୍ତା ୨୮, ୨୯ ଓ ୩୦ ସେପ୍ଟେମ୍ବରରେ ପୁନର୍ବାର ଧର୍ମଘଟ କରାଯିବ ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ଏହା ସତ୍ତ୍ୱେ ଦାବି ପୂରଣ ନ ହେଲେ ୨୬ ଅକ୍ଟୋବରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଗୋପାଳ ଚନ୍ଦ୍ର ସାହୁ ଉପସ୍ଥିତ ସମସ୍ତ ବ୍ୟାଙ୍କ କର୍ମଚାରୀ, ନେତୃବୃନ୍ଦ, ଅତିଥିବୃନ୍ଦ ଓ ଧର୍ମଘଟ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସାଥୀଙ୍କୁ ଧନ୍ୟବାଦ ଜଣାଇ Vote of Thanks ପ୍ରଦାନ କରିଥିଲେ।
14