ଏରସମା, 11/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) : ଜଗତସିଂହପୁର ଜିଲ୍ଲା ଏରସମାର ଶିଆଳି ବେଳାଭୂମିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ବିତିଗଲାଣି ୨୪ ଘଣ୍ଟା। ହେଲେ ଏଯାଏଁ ଘଟଣାରେ କାହାରି ସୁରାଖ୍ ପାଇନି ପ୍ରଶାସନ।
ଘଟଣାର ତଦନ୍ତକୁ ଜୋରଦାର କରିଛି ପୋଲିସ। ଘଟଣାସ୍ଥଳରେ ପହଞ୍ଚିଛି ସାଇଣ୍ଟିଫିକ୍ ଟିମ୍। ଏହା ସହ ସନ୍ଧାନୀ କୁକୁରର ସହାୟତାରେ ମଧ୍ୟ ତଦନ୍ତ ଚାଲିଛି। ପ୍ରତିମୂର୍ତ୍ତି ଭଙ୍ଗା ପଛରେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଲା, ତାହାକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି।
ସେପଟେ ଘଟଣାକୁ ନେଇ ତାତିଛି ରାଜନୈତିକ ମାହୋଲ। ସ୍ଥାନୀୟ ବିଜୁ ଜନତା ଦଳର ଯୁବ ସଭାପତି ଓ ବ୍ଲକ୍ ସଭାପତିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଶିଆଳି ବେଳାଭୂମିରେ ଏକତ୍ରିତ ହୋଇଛନ୍ତି।
ଏହାରି ମଧ୍ୟରେ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ୯ ଜଣିଆ ଟିମ୍ ଏରସମା ଗସ୍ତ କରୁଥିବା ସୂଚନା ମିଳିଛି।
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଏବେ ତଦନ୍ତ ଉପରେ ସମସ୍ତଙ୍କ ନଜର। ପୋଲିସର ସାଇଣ୍ଟିଫିକ୍ ତଦନ୍ତ ଓ ସନ୍ଧାନୀ କୁକୁରର ସହାୟତାରେ ଅଭିଯୁକ୍ତଙ୍କ ପାଖରେ କେବେ ପହଞ୍ଚୁଛି ପୋଲିସ, ତାହା ଉପରେ ରହିଛି ନଜର।