ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଆଳିରେ ପୁଣି ପ୍ରତିମୂର୍ତ୍ତି ଭଙ୍ଗା — ଉଠିଲା ସୁରକ୍ଷାକୁ ନେଇ ପ୍ରଶ୍ନ

ଏରସମା, 11/09/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) : ପର୍ଯ୍ୟଟନର ଆକର୍ଷଣ ପାଲଟିଥିବା ଜଗତସିଂହପୁର ଜିଲ୍ଲାର ଶିଆଳି ବେଳାଭୂମିରେ ପୁଣି ଘଟିଛି ଅଭାବନୀୟ ଘଟଣା। ମହାନ ଜନନାୟକ ତଥା ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବାକୁ ନେଇ ତୀବ୍ର ହୋଇଛି ଅସନ୍ତୋଷ।
Article Image
ଅଭିଯୋଗ ଅନୁସାରେ, ରାତିର ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଆଶଙ୍କା କରାଯାଉଛି। ତେବେ ଏହି ଘଟଣା ପଛରେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଯାଇଛି, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଉଲ୍ଲେଖଯୋଗ୍ୟ, ଶିଆଳିରେ ଏହା ପ୍ରଥମ ଘଟଣା ନୁହେଁ। କିଛି ମାସ ପୂର୍ବରୁ ସ୍ୱର୍ଗତ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତିକୁ ନେଇ ମଧ୍ୟ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା। ପୁଣି ଏବେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ଶିଆଳି ବେଳାଭୂମିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଘଟଣାର ପୁନରାବୃତ୍ତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ। ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଶିଆଳି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।
16