ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲାରେ ବିଶ୍ୱ ମୂକ ବଧିର ଦିବସ ପାଳିତ

ଜଗତସିଂହପୁର, 12/09/2026, ଉତ୍କଳ voice news - utkalvoicenews.com ( ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲାରେ ବିଶ୍ୱ ମୂକ ବଧିର ଦିବସ ପାଳିତ ହୋଇ ଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଅତିଥି ଭାବରେ ଜଗତସିଂହପୁର ର୍ ପୂର୍ବତନ ପୋୖରାଧକ୍ଷ ମଧୁସୂଦନ ସାହୁ ଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅତିଥିମାନେ ଯୋଗ ଦେଇ ଭିର୍ଣ୍ଣକ୍ଷମ ତଥା ମୁକ ବଧିର ପିଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱର ନାହିଁ, ଶୁଣିପାରନ୍ତି ନାହିଁ, କିନ୍ତୁ ମନର ଭାଷା ଓ ପ୍ରତିଭାର କୌଣସି ସୀମା ନାହିଁ। ଶ୍ରବଣ ଓ ବାକ୍‌ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର, ସମ୍ମାନ ଏବଂ ସମାନ ସୁଯୋଗ ନେଇ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇଛି ବିଶ୍ୱ ମୂକ ବଧିର ଦିବସ।ସମାଜରେ ସମସ୍ତଙ୍କ ପାଇଁ ସମାନ ଅଧିକାର ଓ ସୁଯୋଗର ଆବଶ୍ୟକତା ରହିଛି। ଶ୍ରବଣ ଓ ବାକ୍‌ ଭିନ୍ନକ୍ଷମ ବ୍ୟକ୍ତିମାନେ ମଧ୍ୟ ଶିକ୍ଷା, କ୍ରୀଡ଼ା, କଳା, ଚାକିରି ଓ ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଆସୁଛନ୍ତି।ତେବେ ଯୋଗାଯୋଗରେ ସମସ୍ୟା, ଶିକ୍ଷା ଓ ନିଯୁକ୍ତିରେ ସୁଯୋଗର ଅଭାବ ଏବେ ବି ଏକ ବଡ଼ ଚ୍ୟାଲେଞ୍ଜ। ସାଙ୍କେତିକ ଭାଷାର ବ୍ୟବହାର ବୃଦ୍ଧି ସହ ସରକାରୀ ଓ ସାର୍ବଜନୀନ ସେବାକୁ ଅଧିକ ସୁଗମ କରିବା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଶ୍ରବଣ କିମ୍ବା ବାକ୍‌ ଶକ୍ତିରେ ଭିନ୍ନତା ଥିବା ଅର୍ଥ ଦକ୍ଷତାରେ କୌଣସି ଭିନ୍ନତା ନୁହେଁ। ଆବଶ୍ୟକ ହେଉଛି ସମାନ ସୁଯୋଗ, ସମ୍ମାନ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାର ଅଧିକାର। ଏହି ବାର୍ତ୍ତା ନେଇ ପାଳିତ ହୋଇଛି ବିଶ୍ୱ ମୂକ ବଧିର ଦିବସ।
Article Image
Article Image
Article Image
10