ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

ବୁଗୁଡ଼ା, 12/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଆସନ୍ତା ଗଣେଶ ପୂଜା ଓ ବିସର୍ଜନ ଉତ୍ସବକୁ ଶାନ୍ତିଶୃଙ୍ଖଳା ପରିସ୍ଥିତି ବଜାୟ ରଖି ପାଳନ କରିବା ନେଇ ଆଜି ବୁଗୁଡ଼ା ଥାନା ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୁଗୁଡ଼ା ବ୍ଲକର ସମସ୍ତ ଗଣେଶ ପୂଜା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ପୂଜା ଓ ବିସର୍ଜନ ଶୋଭାଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପାଦନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କେତେକ କଡ଼ା ନିୟମାବଳୀ ଜାରି କରାଯାଇଛି। ବୈଠକରେ ଗ୍ରହଣ କରାଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ହେଲା ଡିଜେ ସାଉଣ୍ଡ ବ୍ୟବହାର ପାଇଁ ପୂର୍ବରୁ ଅନୁମତି ନେବା ବାଧ୍ୟତାମୂଳକ ଏବଂ ନିର୍ଦ୍ଧାରିତ ଡେସିବେଲ୍‌ ସୀମା ମଧ୍ୟରେ ହିଁ ଶବ୍ଦ ବଜାଯାଇପାରିବ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର କିମ୍ବା କୌଣସି ପ୍ରକାର ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଯନ୍ତ୍ରର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବିସର୍ଜନର ତାରିଖ, ସମୟ ସମ୍ପର୍କରେ ପୂଜା କମିଟିଗୁଡ଼ିକୁ ପୂର୍ବରୁ ଥାନାରେ ସୂଚନା ଦେବାକୁ ପଡ଼ିବ। ପୂଜା ମଣ୍ଡପ, ପେଣ୍ଡାଲ୍‌ ଏବଂ ଶୋଭାଯାତ୍ରା ପରିସରରେ ମଦ୍ୟପାନ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ବିସର୍ଜନ ସମୟରେ ଶିଶୁ, ବୟସ୍କ ଓ ପହଁରି ଜାଣି ନଥିବା ବ୍ୟକ୍ତିମାନେ ଗଭୀର ପାଣିକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
10