ଭଦ୍ରକ, 12/09/2026, ଉତ୍କଳ voice news - utkalvoicenews.com
ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ଜିଲ୍ଲାର ନୂତନ କଂଗ୍ରେସ କମିଟି ଗଠନ କରାଯାଇଥିବା ବେଳେ ପ୍ରତାପ ସାମଲଙ୍କୁ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ପ୍ରତାପ ସାମଲ ପୂର୍ବରୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଛାତ୍ର କଂଗ୍ରେସ ସଭାପତି, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଏସ୍ସି-ଏସ୍ଟି ସଭାପତି ଏବଂ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭଳି ବିଭିନ୍ନ ପଦପଦବୀରେ ରହି ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିଆସିଛନ୍ତି।
_1789229387.jpg)
ନୂତନ ଦାୟିତ୍ୱ ପାଇଁ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ନେତୃବୃନ୍ଦ, ଶ୍ରୀ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ୍ଗେ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପିସିସି ସଭାପତି ଭକ୍ତ ଚରଣ ଦାସ, ପିସିସି ଉପସଭାପତି ଅସିତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏଥିସହ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ କାନ୍ତ ମହାନ୍ତି, ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ଆଶିଷ ପ୍ରକାଶ ମାଉଁନ୍ତ, ଯୁବ କଂଗ୍ରେସ ସଭାପତି ଶକ୍ତିପ୍ରତାପ ବିଶ୍ବାଳ ଙ୍କ ସମେତ ସମସ୍ତ କଂଗ୍ରେସ ନେତା, କର୍ମକର୍ତ୍ତା ଓ କର୍ମୀଙ୍କୁ ସେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ଆଗାମୀ ଦିନରେ କଂଗ୍ରେସ ଦଳକୁ ଆହୁରି ସୁଦୃଢ଼ ଓ ମଜବୁତ କରିବା ସହ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଦଳୀୟ ସଂଗଠନକୁ ସକ୍ରିୟ କରିବା ଏବଂ କଂଗ୍ରେସର କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବା ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ପ୍ରତାପ ସାମଲ କହିଛନ୍ତି।