ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରେ ଜାତୀୟ ଲୋକ ଅଦାଲତ: ୩ ମାମଲାର ଫଇସଲା, ଆଦାୟ ହେଲା ୧୧.୪୦ ଲକ୍ଷ ଟଙ୍କା

କୁଜଙ୍ଗ, 12/09/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - ୧୨/୦୯/୨୦୨୬ : କୁଜଙ୍ଗ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ମାନ୍ୟବର ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା ୩ଟି ମାମଲାର ଫଇସଲା କରିବା ସହ ୧୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏହି ଅବସରରେ କୁଜଙ୍ଗ ଓକିଲ ସଂଘର ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରାଙ୍କ ସମେତ ସତ୍ୟାନନ୍ଦ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ନାରାୟଣ ଦାସ ଯାଦବ, ଭାରତ ଭୂଷଣ ଦାସ, ହୃଷିକେଶ ନନ୍ଦ, ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଦେବାଶିଷ କଣ୍ଠ ଓ ରମେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଲୋକ ଅଦାଲତର ପରିଚାଳନାରେ ଦିଲ୍ଲୀପ କୁମାର ଭୋଳ, ରାକେଶ ମିଶ୍ର ଓ ସ୍ମୃତି ରଞ୍ଜନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
14