ଏରସମା, 05/11/2024, ଉତ୍କଳ voice news - utkalvoicenews.comଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଲ୍ଲିକଣ୍ଟା ପଞ୍ଚାୟତ ଜାମୁମଠ ନିକଟରୁ ବିଜେଡ଼ି ପକ୍ଷରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା କୋଠୀ ହାଟ ପଡ଼ିଆ ଠାରେ ପହଞ୍ଚିଥିଲା।ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ବିଜେଡି ସଭାପତି ପ୍ରିତବାସ ଗୋଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନା,ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କୁମାର ସ୍ୱାଇଁ,ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ପାର୍ଥ ସାରଥୀ ରାଉତ,ଜିଲ୍ଲା ବିଜେଡ଼ି ଉପସଭାପତି ବିଜୟ କୁମାର ସ୍ବାଇଁ,ଜିଲ୍ଲା ବିଜେଡ଼ି ସମ୍ପାଦକ ଦିନବନ୍ଧୁ ନାୟକ,ରାଜ୍ୟ ବିଜେଡ଼ି ସମ୍ପାଦକ ଦୀପ୍ତି ରଞ୍ଜନ କୁଅଁର,ସମବାୟବିତ୍ ସମୀର ରଞ୍ଜନ ସ୍ଵାଇଁ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀମାନେ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତ୍ରିବ୍ର ସମାଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ,ବ୍ରଜ କିଶୋର ପ୍ରଧାନ,ଅନିଲ ରାଉତ,ଯଦୁନାଥ ଖଟୁଆ,ସମ୍ପଦ ବାରିକ,କିଶୋର ଲାଲ ବେହେରା,ସମାଜସେବୀ ଗଣେଶ୍ୱର ରାଉତ,ଜିଲ୍ଲା ପରିଷଦ ସଭ୍ୟା ରଣିଟୁଡୁ ପ୍ରମୁଖଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡିର ମହିଳା ଓ ପୁରୁଷ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।
