ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏନ୍‌ଏସି ଦାବିରେ କୁଜଙ୍ଗବାସୀ ଏକଜୁଟ : ଚତୁର୍ଥ ଦିନରେ ଦସ୍ତଖତ ଅଭିଯାନ

କୁଜଙ୍ଗ, 13/09/2026, ଉତ୍କଳ voice news - utkalvoicenews.com(କୁଜଙ୍ଗ ରୁ ରଶ୍ମୀ ରଞ୍ଜନ ଦାସଙ୍କ ରିପୋର୍ଟ)
Article Image
ତା - 12/9ନବୀନ ପଟ୍ଟନାୟକ ସରକାର କୁଜଙ୍ଗକୁ ଏନ୍ ଏ ସି ମାନ୍ଯତା ଘୋଷଣା କରିଥିବା ବେଳ ସରକାର ବଦଳି ଯିବାରୁ ଘୋଷଣାକୁ କାର୍ଯ୍ଯକାରୀ କଲେ ନାହିଁ।ଏହି ବୈମାତୃକ ମନୋଭାବକୁ କୁଜଙ୍ଗର ସଚେତନ ନାଗରିକ ମଂଚ ବରଦାସ୍ତ ନକରି ଗତ ଦୁଇ ବର୍ଷହେବ ରାଜରାସ୍ତାକୁ ଓହ୍ଲାଇଛି।ଆବାହକ ଡଃ ରଘୁନାଥ ସାହୁଙ୍କ ନେତୃତ୍ବରେ ଜନ ଆନ୍ଦୋଳନ ବ୍ଲକ ଠାରୁ ଆରମ୍ଭ ହୋଇଛି।ଏନ୍ ଏ ସି ମାନ୍ଯତା ପାଇଁ ସମସ୍ତ ଆନୁଷଙ୍ଗିକ କାଗଜପତ୍ର ଜିଲ୍ଲାପାଳଙ୍କ ପକ୍ଷରୁ ନଗରଉନ୍ନୟନ ବିଭାଗ ପାଖରେ ପହଞ୍ଚି ସାରିଥିଲେ ମଧ୍ଯ ରାଜନୈତିକ ଇଛାଶକ୍ତିର ଅଭାବ ପାଇଁ ତାହା କାର୍ଯକାରୀ ହୋଇ ପାରୁନାହିଁ ବୋଲି ଆଜି ଦସ୍ତଖତ ଅଭିଯାନର ଚତୃର୍ଥ ଦିବସ ସଭାରେ ଡଃ ସାହୁ ଅଭିଯୋଗ କରିଛନ୍ତି। ନାଗରିକ ମଂଚର ବରିଷ୍ଠ ଉପଦେଷ୍ଟା କବି ପୀତାମ୍ବର ତରାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି କୁଜଙ୍ଗ ସ୍ବାଧିନତାର ବହୁ ଆଗରୁ ନଗର ସଭ୍ଯତାର ଶୀର୍ଷରେ ପହଞ୍ଚି ସାରିଥିଲେ ବି ଆନୁଷ୍ଠାନିକ ଘୋଷଣାରେ ଅଟକି ରହିଛି।
Article Image
ଏଠାରେ ସମସ୍ତ ଭିତ୍ତିଭୂମି ସୁଦୃଢ ଥିଲାବେଳେ କୁଜଙ୍ଗ ହେଉଛି ପାରାଦୀପ ଶିଳ୍ପନଗରୀର ଅର୍ଥନୈତିକ ମୁଖଶାଳା।ସରକାରଙ୍କ ଅର୍ଦ୍ଧାଧିକ କାର୍ଯ୍ଯାଳୟ କୁଜଙ୍ଗର ମାନବୃଦ୍ଧି କରୁଛି।କଟକ ପାରାଦ୍ବୀପ ରାଜ୍ଯ ସଡକ,ରେଲ୍ ଲାଇନ୍ ସମେତ ଦକ୍ଷିଣ ପାର୍ଶ୍ବରେ ମହାନଦୀ ପ୍ରବାହିତ।ଏହା ସତ୍ତେ କୁଜଙ୍ଗକୁ ଏନ୍ ଏ ସି ମାନ୍ଯତା ପ୍ରଦାନ କରା ନଯିବା ଦୁର୍ଭାଗ୍ଯର ବିଷୟ । ନିକଟ ଅତୀତରେ ନାଗରିକ ମଂଚ ପକ୍ଷରୁ ଆନ୍ଦୋଳନର ତୀବ୍ରତା ଅନୁଭବ କରି ସ୍ଥାନୀୟ ବିଧାୟକ ତଥା ରାଜନୀତି ନେତୃ ମଂଡଳୀ ସହିତ ଆଲୋଚନା କରି ତିନିମାସ ମଧ୍ଯରେ ଏନ୍ ଏସି ମାନ୍ଯତା ପ୍ରଦାନ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତି ପାଣିର ଗାରବୋଲି ଶ୍ରୀ ତରାଇ କହିଛନ୍ତି।ମନ୍ତ୍ରୀଙ୍କ ଏଭଳି ଆଚରଣ କୁଜଙ୍ଗ ଅଧିବାସୀଙ୍କୁ ଯଥେଷ୍ଟ ଦୁଃଖ ଦେଇଥିବାରୁ ସେ ମର୍ମାହତ। ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରାଯାଇ ମଂଚ ପକ୍ଷରୁ କୁଜଙ୍ଗ ବଜାର ଉପରେ ଏକ ଦସ୍ତଖତ ଅଭିଯାନ ଶିବିର ଗତ ମଙ୍ଗଳବାର ଠାରୁ ଖୋଲାଯାଇଛି।ଲୋକେ ସ୍ୱତଃପ୍ରବୃତ୍ତ ଭାବେ ସ୍ବାକ୍ଷର ଦେଇ ଏନ୍ ଏ ସି ଘୋଷଣା ସପକ୍ଷରେ ମତ ପୋଷଣ କରୁଛନ୍ତି।ଆସନ୍ତା ମଙ୍ଗଳବାର ସୁଧା ଦଶ ହଜାର ଦସ୍ତଖତ ସଂବଳିତ ଦାବୀପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ଯରେ ପ୍ରେରଣ କରାଯିବ ବୋଲି ଆବାହକ ଡକ୍ଟର ସାହୁ ସୂଚନା ଦେଇଛନ୍ତି।ଏହା ସତ୍ତ୍ବେ ସରକାରଙ୍କ ନିଦ୍ରାଭଙ୍ଗ ନହେଲେ ଅର୍ଥନୈତିକ ଅବରୋଧ ସହ କୁଜଙ୍ଗ ବଜାର ବଂଦ୍ ଡାକରା ଦିଆଯିବ ବୋଲି ମଂଚର ନେତୃତ୍ୱରମେଶ ଦାସ ,ପ୍ରିୟମ୍ବଦା ପାଣି, ରଂଜିତ ବିଶ୍ୱାଳ , ବିବେକାନନ୍ଦ ଦାସ , ବାବୁରାମ ଚୌଧୁରୀ ,ରଜନୀକାନ୍ତ ଗୁରୁ , ସୁବାଷ ମହାପାତ୍ର ,ହୃଷିକେଶ ନାଥ , ଦୁଷ୍ମନ୍ତ ମାଝୀ , ରଂଜିତ ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି ।
Article Image
14