ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସ୍ୱର୍ଗତ ହାଡ଼ିବନ୍ଧୁ ଖଣ୍ଡୁଆଳଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଗତସିଂହପୁର , ଏରସମା , 13/09/2026, ଉତ୍କଳ voice news - utkalvoicenews.com(ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ) ଏରସମା ବ୍ଲକ ପଲ୍ଲୀକଣ୍ଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାରିଶୋଳ ଗ୍ରାମରେ ବିଶିଷ୍ଟ ସୁସାହିତ୍ୟିକ, ସମାଜସେବୀ, ସ୍ତମ୍ଭକାର, ସୁନାମଧନ୍ୟ ଇଞ୍ଜିନିୟର ତଥା ପରିବେଶ ବିଜ୍ଞାନୀ ସ୍ୱର୍ଗତ ହାଡ଼ିବନ୍ଧୁ ଖଣ୍ଡୁଆଳଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
Article Image
୧୧ ସେପ୍ଟେମ୍ବର ୨୦୨୬ରେ ବରିଷ୍ଠ ରାଜନେତା ଧ୍ୱଜରାଜ ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନରେ ଏବଂ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏହି ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ସଭାରେ ପୂଜ୍ୟପୂଜା ସଂସଦର ସମ୍ପାଦକ ମହେଶ୍ୱର ସ୍ୱାଇଁ, କଂଗ୍ରେସ ନେତା ଶଶୀଭୂଷଣ ସ୍ୱାଇଁ, ଶିକ୍ଷାବିତ୍ ଲୋକନାଥ ମହାନ୍ତି, ଘନଶ୍ୟାମ ମଲ୍ଲିକ, ଅଭୟ କୁମାର ପ୍ରଧାନ, କବି ଅରୂପାନନ୍ଦ ସ୍ୱାଇଁ, ଡା. ତନ୍ମୟ ସେଠୀ, ନାଟ୍ୟକାର ପ୍ରଶାନ୍ତ କୁମାର ସେଠୀ, କବି ବୈଦ୍ୟନାଥ ସାହୁ, ପୂର୍ବତନ ସରପଞ୍ଚ ଧର୍ମାନନ୍ଦ ଖଣ୍ଡୁଆଳ, ପ୍ରସନ୍ନ କୁଅଁର, ନିମାଇଁ ଖଣ୍ଡୁଆଳ, ସଂଶୟ ରଞ୍ଜନ ସ୍ୱାଇଁ, ଶିକ୍ଷାବିତ୍ ଅଜିତ କୁମାର ଲେଙ୍କା, ଭଗବାନ ପ୍ରସାଦ ସାହୁ ଏବଂ ପୂଜ୍ୟପୂଜା ସଂସଦର ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବକ୍ତାମାନେ ସ୍ୱର୍ଗତ ହାଡ଼ିବନ୍ଧୁ ଖଣ୍ଡୁଆଳଙ୍କ ସାରସ୍ୱତ ସାଧନା, ସାହିତ୍ୟିକ କୃତି, ସମାଜସେବା ସହ ଗାଁ, ପରିବାର ଓ ପରିବେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱର୍ଗତ ଖଣ୍ଡୁଆଳଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ବକ୍ତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାରେ ଏରସମା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ମୁରବି ଯୋଗଦେଇ ସ୍ୱର୍ଗତ ଖଣ୍ଡୁଆଳଙ୍କ ସ୍ମୃତିଚାରଣ କରିଥିଲେ।
11