ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସମୁଦ୍ର ବେଳାଭୂମି ସଫେଇ ଓ ଫଳନ୍ତି ଗଛ ରୋପଣ କରି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଜନ୍ମଦିନ ପାଳନ

ପାରାଦ୍ୱୀପ, 13/09/2026, ଉତ୍କଳ voice news - utkalvoicenews.com
Article Image
ପାରାଦ୍ୱୀପ ପୌରପରିଷଦର ଅଧ୍ୟକ୍ଷ ତଥା ପାରାଦ୍ୱୀପ କଲେଜ ଆଲୁମୁନିର ସଭାପତି ବସନ୍ତ ବିଶ୍ୱାଳଙ୍କ ଜନ୍ମଦିନକୁ ପାରାଦ୍ୱୀପ କଲେଜ ଏନ୍‌ସିସି ଆଲୁମୁନି ସଦସ୍ୟମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଜନ୍ମଦିନ ପାଳନକୁ କେବଳ ଉତ୍ସବରେ ସୀମିତ ନରଖି ସମାଜସେବା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Article Image
ରବିବାର ସକାଳ ୬ଟାରେ ପାରାଦ୍ୱୀପ ସମୁଦ୍ର ବେଳାଭୂମିରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏନ୍‌ସିସି ଆଲୁମୁନି ସଦସ୍ୟ ଓ ଏନ୍‌ସିସି କ୍ୟାଡେଟମାନେ ମିଳିତ ଭାବେ ବେଳାଭୂମି ସଫେଇ କରିବା ସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ଦେଇଥିଲେ।
Article Image
ପରେ ସକାଳ ୯ଟାରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସହ ମିଶି ଫଳନ୍ତି ଗଛର ଚାରା ରୋପଣ କରାଯାଇଥିଲା। ଏହାପରେ ଦୀପ ପ୍ରଜ୍ଜ୍ୱଳନ ଓ ଛେନାପୋଡ଼ କାଟି ଜନ୍ମଦିନ ପାଳନ କରାଯାଇଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଗଣେଶଙ୍କ ନିକଟରେ ମାଲ୍ୟାର୍ପଣ କରାଯାଇ ଶୁଭାଶୀଷ କାମନା କରାଯାଇଥିଲା। ଏହି ଅବସରରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏନ୍‌ସିସି ଆଲୁମୁନି ଓ ଏନ୍‌ସିସି କ୍ୟାଡେଟମାନଙ୍କ ସମାଜସେବା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ନିରନ୍ତର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପାରାଦ୍ୱୀପକୁ “ସ୍ୱଚ୍ଛ, ସୁନ୍ଦର, ସୁସ୍ଥ ଓ ସବୁଜିମାମୟ” କରିବା ପାଇଁ ସମସ୍ତ ନାଗରିକଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରି ପାଇଁ ସେ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ପୂଜାପାଠ ଓ ସାଜସଜ୍ଜାରେ ପ୍ରାକୃତିକ ଉପାଦାନର ବ୍ୟବହାରକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରିବା ସହ ଏହାର କୁପ୍ରଭାବ ସମ୍ପର୍କରେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ। “ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ହିଁ ସ୍ୱଚ୍ଛ ଓ ସୁସ୍ଥ ପାରାଦ୍ୱୀପ ଗଠନ ସମ୍ଭବ” ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ୧୯ ନମ୍ବର ୱାର୍ଡର କାଉନସିଲର ନବ କୁମାର ବେହେରା, ଏନ୍‌ସିସି ଆଲୁମୁନିର ଉପଦେଷ୍ଟା ଲେଫ୍ଟନାଣ୍ଟ ଅକ୍ଷୟ ଚନ୍ଦ୍ର ମିଶ୍ର, ସିଟିଓ ଅଭିଷେକ ସାର, ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, ସମ୍ପାଦକ ପଦ୍ମନାଭ ଦାସଙ୍କ ସମେତ ଦେବୀ ପ୍ରସାଦ ମିଶ୍ର, ହରପ୍ରିୟା ପଟ୍ଟନାୟକ, ଦେବାଶିଷ ମହାନ୍ତି, ହୃଦାନନ୍ଦ ନାଥଶର୍ମା, ପି. ମଧୁସ୍ମିତା, ଜିତେନ୍ଦ୍ର ବାରିକ, ସରୋଜ ସ୍ୱାଇଁ, ଦୀପିକା, ଲିପୁନା ବାରିକ, ରଞ୍ଜନ ମଲ୍ଲିକଙ୍କ ସମେତ ଏନ୍‌ସିସି କ୍ୟାଡେଟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସୁସ୍ଥ, ନିରାମୟ ଓ ଦୀର୍ଘଜୀବନ କାମନା କରିଥିଲେ। ଏଥିସହ ସେ ଆଗାମୀ ଦିନରେ ମଧ୍ୟ ଏଭଳି ଜନପ୍ରେରଣାଦାୟୀ କାର୍ଯ୍ୟ ଜାରି ରଖନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା। “ସ୍ୱଚ୍ଛତା ହିଁ ସେବା — ସ୍ୱଚ୍ଛ ପାରାଦ୍ୱୀପ, ସୁସ୍ଥ ପାରାଦ୍ୱୀପ” ବାର୍ତ୍ତା ସହ ଆୟୋଜିତ ଏହି ନିଆରା ଜନ୍ମଦିନ ପାଳନ ସମାଜସେବା ଓ ପରିବେଶ ସୁରକ୍ଷାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା।
14