ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ରାହାମାରେ ପ୍ରବାସୀ ଓଡ଼ିଆ ସଂଗଠନର ପ୍ରତିନିଧିଙ୍କୁ ଭବ୍ୟ ସ୍ୱାଗତ

କୁଜଙ୍ଗ / ରାହାମା, 13/09/2026, ଉତ୍କଳ voice news - utkalvoicenews.com (ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ):
Article Image
୧୩/୦୯: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ସାଇଲୋରେ ପ୍ରବାସୀ ଓଡ଼ିଆ ସଂଗଠନ ‘କଳିଙ୍ଗ ଭାରତୀ ଫାଉଣ୍ଡେସନ’ର ସଭାପତି ଡ଼ଃ ଅକ୍ଷୟ ସାମଲ ଓ ଉପସଭାପତି ମନୋଜ ରଥଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
Article Image
ଏହି ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ସାମାଜିକ କର୍ମୀ ଡ଼ଃ ସୁନାକର ବେହେରା, ପ୍ରେସ୍ କ୍ଲବ୍ ରାହାମାର ସଭାପତି ଡ଼ଃ ମାନସ ରଞ୍ଜନ ମହାନ୍ତି ଏବଂ ସମ୍ବାଦ ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତିଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
Article Image
ଏହି ଅବସରରେ ଡ଼ଃ ଅକ୍ଷୟ ସାମଲ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ସାମାଜିକ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ନିଜ ଜନ୍ମମାଟି ଓ ରାଜ୍ୟର ନାମକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବା ପାଇଁ ଛାତ୍ରଛାତ୍ରୀମାନେ ସଂଗଠିତ ହୋଇ ଓଡ଼ିଶାର ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିକୁ ଲୋକାଭିମୁଖୀ କରିବା ଆବଶ୍ୟକ ବୋଲି ସେ କହିଥିଲେ।
Article Image
ବିଦ୍ୟାଳୟର ଉପାଧ୍ୟକ୍ଷ ଜୟନ୍ତ କୁମାର ପାଣି, କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡ଼େଇ, କଳା ଶିକ୍ଷକ ସୁଧୀର ରଞ୍ଜନ ମହାପାତ୍ର ଓ ହିନ୍ଦୀ ଶିକ୍ଷକ ସୀମାଞ୍ଚଳ ଗୌଡ଼ ଉପସ୍ଥିତ ଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ଜୟନ୍ତ କୁମାର ପାଣି କହିଥିଲେ ଯେ, ପ୍ରବାସୀ ଓଡ଼ିଆ ସଂଗଠନ ‘କଳିଙ୍ଗ ଭାରତୀ ଫାଉଣ୍ଡେସନ’ର ସଭାପତି ଓ ଉପସଭାପତିଙ୍କ ଆଗମନ ଏବଂ ଅଭିଭାଷଣ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷା, ସାମାଜିକ ଚେତନା ଓ ଭବିଷ୍ୟତ ଗଠନରେ ମାର୍ଗଦର୍ଶନ ଯୋଗାଇବ। ଶେଷରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
13