ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୌରୀ ଶଙ୍କର ସାଂସ୍କୃତିକ କ୍ଲବ୍ ପକ୍ଷରୁ ଗଣେଶ ପୂଜା ଆୟୋଜିତ

ରାହାମା / ବଣିତୋ, 13/09/2026, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ , କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) : ବଣିତୋ ଗ୍ରାମରେ ଗୌରୀ ଶଙ୍କର ସାଂସ୍କୃତିକ କ୍ଲବ୍ ପକ୍ଷରୁ ଶ୍ରୀ ଶ୍ରୀ ଗଣେଶ ପୂଜା ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ କ୍ଲବ୍ ପକ୍ଷରୁ ଗ୍ରାମବାସୀ ତଥା ସମସ୍ତ ପରିବାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
Article Image
ଗୌରୀ ଶଙ୍କର ସାଂସ୍କୃତିକ କ୍ଲବ୍ ବଣିତୋ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ସମାଜସେବା ଓ ଉନ୍ନତିମୂଳକ କାର୍ଯ୍ୟରେ ନିଜର ସକ୍ରିୟ ଭୂମିକା ନିଭାଇ ଆସୁଛି। ଗ୍ରାମର ବାବା ପଶ୍ଚିମେଶ୍ୱର ମହାଦେବ ମନ୍ଦିରଠାରୁ ଆରମ୍ଭ କରି ହାଇସ୍କୁଲ, ଶ୍ରୀବାଗ ହନୁମାନ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟରେ କ୍ଲବ୍ ସଦସ୍ୟମାନେ ନିଷ୍ଠାର ସହ ଯୋଗଦାନ କରିଆସୁଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କ୍ଲବ୍ ପକ୍ଷରୁ ଗଣେଶ ପୂଜାକୁ ଧୁମ୍‌ଧାମରେ ପାଳନ କରାଯାଇଛି। ପୂଜା ଅବସରରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଗୌରୀ ଶଙ୍କର ସାଂସ୍କୃତିକ କ୍ଲବ୍‌ର ସଭାପତି ବରଦା ପ୍ରସନ୍ନ ମହାପାତ୍ର, ସମ୍ପାଦକ ବୁଦ୍ଧଦେବ ଜେନା, କୋଷାଧ୍ୟକ୍ଷ ଦେବାଶିଷ ସାହୁ, ଉପଦେଷ୍ଟା ଯଶୋବନ୍ତ ସାହୁ ଓ ମୁଖ୍ୟ ଉପଦେଷ୍ଟା କିଶୋର ଦାଶଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଗଣେଶ ପୂଜାର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଏହି ଅବସରରେ କ୍ଲବ୍ ପକ୍ଷରୁ ବଣିତୋ ଗ୍ରାମବାସୀ ତଥା ସମସ୍ତ ପରିବାରଙ୍କୁ ଶ୍ରୀ ଶ୍ରୀ ଗଣେଶ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା, ଅଭିନନ୍ଦନ ଓ ମଙ୍ଗଳକାମନା ଜଣାଯାଇଛି।
13