ଗୋରକ୍ଷନାଥ, 13/09/2026, ଉତ୍କଳ voice news - utkalvoicenews.com ( ସୁମିତ୍ରା ସେନାପତି ଙ୍କ ରିପୋର୍ଟ ) :
ଉତ୍କଳୀୟ ଗୋପାଳ ବୈଷ୍ଣବ ସମାଜ, ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ତରୀୟ ବୈଠକ ରବିବାର ଗୋରକ୍ଷନାଥ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସାଙ୍ଗଠନିକ ବିସ୍ତାର ଓ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ପାଇଁ ସଭାପତି ଓ ସମ୍ପାଦକଙ୍କୁ ମନୋନୀତ କରାଯାଇଛି।
ବାଲିକୁଦା : ସଭାପତି– ବିଶ୍ୱଜିତ ଦାସ, ସମ୍ପାଦକ– ରବୀନ୍ଦ୍ର ଦାସ।
ବିରିଡ଼ି : ସଭାପତି– ବାମଦେବ ଦାସ।
ଏରସମା : ସଭାପତି– ସୁଦର୍ଶନ ଦାସ, ସମ୍ପାଦକ– ବାବୁଲି ଚନ୍ଦ୍ର ଦାସ।
ଜଗତସିଂହପୁର : ସଭାପତି– ଶିବ ପ୍ରସାଦ ଦାସ , ସମ୍ପାଦକ– ଯଶୋବନ୍ତ ଦାସ।
କୁଜଙ୍ଗ : ସଭାପତି– ଶୈଳେନ୍ଦ୍ର ଦାସ, ସମ୍ପାଦକ– ମନୋଜ ଦାସ।
ନାଉଗାଁ : ସଭାପତି– ମନୋଜ କୁମାର ଦାସ/ନିମାଇ ଚରଣ ଦାସ, ସମ୍ପାଦକ
ରଘୁନାଥପୁର : ସଭାପତି– ରାଜନାରାୟଣ ଦାସ।
ତିର୍ତ୍ତୋଲ: ସଭାପତି– ସାରଦା ଦାସ, ସମ୍ପାଦକ– ବିଚିତ୍ରାନନ୍ଦ ଦାସ।
ଏହି ଅବସରରେ ଜିଲ୍ଲାର ଶତାଧିକ ଗୋପାଳ ବୈଷ୍ଣବ ସମାଜର ସଦସ୍ୟ ଉପସ୍ଥିତ ଥିଲେ। ଆଗାମୀ ଦିନରେ ପଞ୍ଚାୟତସ୍ତରରେ ମଧ୍ୟ ସଂଗଠନକୁ ବିସ୍ତାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।
ରାଜ୍ୟସ୍ତରୀୟ ସଭାପତି ଧୁର୍ବ ଦାସ, ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ ଏବଂ ଜିଲ୍ଲାସ୍ତରୀୟ ସଭାପତି ସନ୍ତୋଷ ଦାସ ଉପସ୍ଥିତ ରହି ନୂତନ କମିଟିକୁ ସୁଦୃଢ଼ କରିବା ସହ ସଂଗଠନକୁ ଆଗକୁ ନେବା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।