ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

“ଜଗତସିଂହପୁରରେ ଧୁମଧାମରେ ଗଣେଶ ପୂଜା; ଭକ୍ତିମୟ ପରିବେଶରେ ଗଜାନନଙ୍କ ଆରାଧନା”

ଜଗତସିଂହପୁର, 14/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ):
Article Image
ଆଜି ପବିତ୍ର ଗଣେଶ ଚତୁର୍ଥୀ। ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ସାରା ଜଗତସିଂହପୁର। ସହରର କଲେଜ ଛକ ନିକଟସ୍ଥ ଗଣେଶ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପୂଜାମଣ୍ଡପରେ ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା।
Article Image
ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁ ଗଣେଶଙ୍କୁ ପୂଜା କରି ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଆଶୀର୍ବାଦ କାମନା କରୁଛନ୍ତି। ଜଗତସିଂହପୁର ସହରସ୍ଥିତ କଲେଜ ଛକରେ ଥିବା ଗଣେଶ ମନ୍ଦିରରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ବିଧିବିଧାନ ଅନୁସାରେ ପ୍ରଭୁ ଗଜାନନଙ୍କ ପୂଜା କରାଯିବା ସହ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହିଛି।
Article Image
ସେହିପରି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ମହାଆଡ଼ମ୍ବରରେ ପାଳିତ ହେଉଛି ଗଣେଶ ପୂଜା। ଗଣେଶ ପୂଜା ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି।
Article Image
ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣରେ ମୁଖରିତ ହୋଇଥିଲା ପୂଜାମଣ୍ଡପ। ବିଦ୍ୟାରମ୍ଭ ଓ ଜ୍ଞାନର ଦେବତା ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ଚାରିଆଡ଼େ ଦେଖିବାକୁ ମିଳିଛି ଭକ୍ତି ଓ ଉତ୍ସାହର ପରିବେଶ।
Article Image
ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ଆରାଧନା କରି ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି ଶ୍ରଦ୍ଧାଳୁ
Article Image
13