ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅମୃତା ଫାଉଣ୍ଡେସନର ଷଷ୍ଠ ବାର୍ଷିକ ଉତ୍ସବ, ସବିତା ମିଶ୍ରଙ୍କୁ ‘ଚମ୍ପା ମଦର୍ସ ଆଓ୍ୱାର୍ଡ-୨୦୨୬’

ଜଗତସିଂହପୁର, 14/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) : ତା. ୧୪.୦୯.୨୦୨୬: ଜଗତସିଂହପୁରସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନଠାରେ ଅମୃତା ଫାଉଣ୍ଡେସନର ଷଷ୍ଠ ବାର୍ଷିକ ଉତ୍ସବ ‘ଅମୃତୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
Article Image
ଫାଉଣ୍ଡେସନର ନିର୍ଦ୍ଦେଶକ ଡ. ବଟକିଶୋର ରାୟଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ପୁରୀ ଗୌରାଙ୍ଗ ମଠର ବାବାଜୀ ସନତ୍ ସୁଜାତାନନ୍ଦ ମହାରାଜ ଉଦ୍‌ଘାଟନ କରିଥିଲେ। ଇଶ୍ୱରୀୟ ଚେତନାରେ ରହି ସମାଜସେବା କରିବା ହିଁ ପ୍ରକୃତ ସମାଜସେବା ବୋଲି ସେ ମତବ୍ୟକ୍ତ କରିଥିଲେ।
Article Image
ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ ଅମୃତା ଫାଉଣ୍ଡେସନର କନ୍ୟାମାନଙ୍କ ଉତ୍ଥାନ ପାଇଁ ଚାଲିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। ‘ମାନବ ସେବା ହିଁ ମାଧବ ସେବା’ ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରାକ୍ତନ ପ୍ରମୁଖ ବୈଜ୍ଞାନିକ ଡ. ପଦ୍ମିନୀ ସ୍ୱାଇଁ ଯୋଗଦେଇ ଆତ୍ମବିଶ୍ୱାସ ଓ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ବୋଲି କହିଥିଲେ।
Article Image
ସମ୍ମାନିତ ଅତିଥି ଭାବେ ନାଲ୍‌କୋର ପ୍ରାକ୍ତନ ବୈଜ୍ଞାନିକ ଡ. ଚିତ୍ତରଞ୍ଜନ ମିଶ୍ର ଏବଂ ପିପିଏଲ୍‌ର ପ୍ରାକ୍ତନ ମହାପ୍ରବନ୍ଧକ ଡ. ପୀତବାସ ରାଉତରାୟ ଯୋଗଦେଇଥିଲେ।
Article Image
ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ଚମ୍ପା ମଦର୍ସ ଆଓ୍ୱାର୍ଡ-୨୦୨୬’ ପ୍ରଦାନ। ନାଇଜରର ବରିଷ୍ଠ ବୈଜ୍ଞାନିକ ତଥା ସମାଜସେବୀ ପ୍ରଫେସର ତପନ ମିଶ୍ରଙ୍କ ମାତା ଶ୍ରୀମତୀ ସବିତା ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ପଦରାଜ ଉମାକାନ୍ତ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Article Image
ଉତ୍ସବର ପ୍ରଥମ ପର୍ଯ୍ୟାୟରେ ‘ମାଆ’ଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୨୭ ଜଣ ଅମୃତା କନ୍ୟାଙ୍କୁ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ଶିକ୍ଷା ଉପକରଣ ପ୍ରଦାନ କରାଯାଇଥିଲା।
Article Image
ଫାଉଣ୍ଡେସନର ଅଧ୍ୟକ୍ଷ ଡ. ଅଭୟ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ମାଲ୍ୟର ମୁଖ୍ୟ ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାଥ ନାୟକ ଓ ଫାଉଣ୍ଡେସନର ମୁଖ୍ୟ ସଂଯୋଜକ ଶ୍ରୀ ସଂଜମ କିଶୋର ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ମୁଖ୍ୟ ସଂଯୋଜକ ପଣ୍ଡିତ ରବୀନ୍ଦ୍ର ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବକୁ ସଫଳ କରିବାରେ ଶ୍ରୀ ସମୀର ସ୍ୱାଇଁ, ଜତିକୃଷ୍ଣ ବାରିକ, ରବିନ୍ ଖଣ୍ଡାୟତ ରାୟଙ୍କ ସମେତ ସମସ୍ତ ସଂଯୋଜକ ସହଯୋଗ କରିଥିଲେ।
9