ଢେଙ୍କାନାଳ, 14/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
ତା. ୧୪/୦୯/୨୦୨୬ : ଢେଙ୍କାନାଳ କଙ୍କଡ଼ାପାଳ ଗଜପତି କ୍ଲବ (ପୁରୁଣା ସାହି) ପକ୍ଷରୁ ୨୨ତମ ଗଣେଶ ପୂଜା ଉତ୍ସବ ଭକ୍ତି ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଛି।
ଚଳିତ ବର୍ଷ ଗଜପତି ବାବାଙ୍କୁ ଋଷି ବେଶରେ ସଜ୍ଜିତ କରାଯାଇଥିବାରୁ ଏହା ଭକ୍ତ ଓ ସ୍ଥାନୀୟ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି। ଚଳିତ ବର୍ଷ ୧୬ ଦିନ ଧରି ଗଜପତି ବାବାଙ୍କ ପୂଜାର୍ଚ୍ଚନା କରାଯିବାକୁ ନିଷ୍ପତ୍ତି ହୋଇଛି।
ଗଣେଶଙ୍କ ଏହି ଆକର୍ଷଣୀୟ ମୂର୍ତ୍ତି ଢେଙ୍କାନାଳ କୁମ୍ଭାରସାହିର କାରିଗର ପବିତ୍ର ବାବୁଙ୍କ ଦ୍ୱାରା ନିର୍ମିତ ହୋଇଛି।
କ୍ଲବ ପକ୍ଷରୁ ଆସନ୍ତା ୧୮/୦୯/୨୦୨୬ ତାରିଖରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ୩୦/୦୯/୨୦୨୬ ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଏହି ପୂଜାରେ କ୍ଲବର ସଭାପତି ପ୍ରିୟବ୍ରତ ପଣ୍ଡା, ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, କୋଷାଧ୍ୟକ୍ଷ କିରଣ କୁମାର ଦାସ, ତାପସ ଦାସ, କର୍ତ୍ତା ପ୍ରଦୀପ ଷେଣ୍ଢ, ପୂଜକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ସମସ୍ତଙ୍କ ସହଯୋଗରେ ପୂଜାର୍ଚ୍ଚନା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।