ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣେଶ ପୂଜାରେ ଭକ୍ତିମୟ ହେଲା ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍ ପରିସର

ଢେଙ୍କାନାଳ, 14/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ):
Article Image
ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍ ପରିସରରେ ପବିତ୍ର ଗଣେଶ ପୂଜା ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଇନଷ୍ଟିଚ୍ୟୁଟ୍‌ର ସହସ୍ରାଧିକ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ପୂଜାର୍ଚ୍ଚନା, ମନ୍ତ୍ରପାଠ ଓ ପୁଷ୍ପାଞ୍ଜଳି ପରେ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷା, ଜୀବନ ଓ ଭବିଷ୍ୟତର ସଫଳତା ପାଇଁ ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏଥିସହ ସମଗ୍ର ଶିକ୍ଷାନୁଷ୍ଠାନ ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ଏହି ଅବସରରେ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍‌ର ଡାଇରେକ୍ଟର ଶ୍ରୀ ଆଶିଷ କୁମାର ପଣ୍ଡା ଓ ସେକ୍ରେଟାରୀ ଶ୍ରୀ ଅବିନାଶ ପଣ୍ଡା ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଶିକ୍ଷା କ୍ଷେତ୍ରରେ ସଫଳତା ଓ ସର୍ବାଙ୍ଗୀଣ ମଙ୍ଗଳ କାମନା କରିଥିଲେ। ପୂଜାର ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଇନଷ୍ଟିଚ୍ୟୁଟ୍‌ର ସଦସ୍ୟମାନଙ୍କ ସହଯୋଗରେ ଗଣେଶ ପୂଜା ଉତ୍ସବ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
11